Spread the love

ଢେଙ୍କାନାଳରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ଢେଙ୍କାନାଳ – ରାସୋଳ ମହିଳା ଡିଗ୍ରୀ ମହାବିଦ୍ୟାଳୟ ଶ୍ରେଣୀଗୃହ ଓ ଶିବପୁରରେ କଙ୍କ୍ରିଟ୍ ରାସ୍ତାର ଶିଳାନ୍ୟାସ କଲେ ମାନ୍ୟବର ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଓ ମାନ୍ୟବର ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକମେରାମଣ୍ଡଳୀ, ୧୪/୦୫/୨୦୨୬- ଢେଙ୍କାନାଳ ଜିଲ୍ଲାରେ ଶିକ୍ଷା ଭିତ୍ତିଭୂମି ଓ ଗ୍ରାମାଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ କରିବା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଦୁଇଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି ଏବଂ ହିନ୍ଦୋଳ ବିଧାୟିକା ଶ୍ରୀମତୀ ସିମାରାଣୀ ନାୟକ ରାସୋଳଠାରେ ପ୍ରସ୍ତାବିତ ଡିଗ୍ରୀ ମହିଳା କଲେଜ ପାଇଁ ୪ଟି ଶ୍ରେଣୀଗୃହ ବିଶିଷ୍ଟ ବିଲ୍ଡିଂ ଏବଂ ଓଡାପଡା ବ୍ଲକ୍‌ର ଶିବପୁର ଗ୍ରାମରେ ସିମେଣ୍ଟ କଙ୍କ୍ରିଟ୍ ରାସ୍ତାର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ହିନ୍ଦୋଳ ତହସିଲଦାର ଦିଲ୍ଲୀପ କୁମାର ସେଠୀ, ହିନ୍ଦୋଳ ଉପାଧ୍ୟକ୍ଷ ବରୁଣ ସାର୍‌, ଶିବପୁର ସରପଞ୍ଚ ମାନସ ନାୟକ, ଟାଟା ଷ୍ଟିଲ ମେରାମଣ୍ଡଳୀର କର୍ପୋରେଟ ସର୍ଭିସେସ୍ ଚିଫ୍ ଶୁଭ୍ରାଂଶୁ ଶେଖର ପଣ୍ଡା, ଟାଟା ଷ୍ଟିଲ ଫାଉଣ୍ଡେସନ ମେରାମଣ୍ଡଳୀର ୟୁନିଟ୍ ଲିଡ୍ କୁମାର ସୌରଭଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି, ସ୍ଥାନୀୟ ଜନସାଧାରଣ ଓ ମହିଳାମାନେ ଉପସ୍ଥିତ ଥିଲେ।ମହିଳା ମହାବିଦ୍ୟାଳୟ ବିଲ୍ଡିଂ ନିର୍ମାଣ ଫଳରେ ସ୍ଥାନୀୟ ଅଞ୍ଚଳର ଝିଅମାନଙ୍କ ପାଇଁ ଉଚ୍ଚ ଶିକ୍ଷା ଲାଭ କରିବା ଆହୁରି ସହଜ ଓ ସୁବିଧା ହେବ। ପ୍ରସ୍ତାବିତ ଏହି ମହାବିଦ୍ୟାଳୟ ଦ୍ୱାରା ଆଖପାଖ ପ୍ରାୟ ୧୪ଟି ବ୍ଲକର ୧୬୦ ଜଣ ଛାତ୍ରୀ ଉପକୃତ ହେବେ। ସେହିପରି, ଓଡାପଡା ବ୍ଲକ୍‌ର ଶିବପୁର ଗ୍ରାମ ପଞ୍ଚାୟତ ଅଧୀନ ଶିବପୁର ଗ୍ରାମରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ସହଯୋଗରେ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଏହି ପ୍ରକଳ୍ପ ଦ୍ୱାରା ପ୍ରାୟ ୫,୦୦୦ ସ୍ଥାନୀୟ ଜନସାଧାରଣ ଉପକୃତ ହେବେ।ଏହି ପଦକ୍ଷେପଗୁଡ଼ିକ ଯୋଗୁ ଶିକ୍ଷା ବ୍ୟବସ୍ଥା ଓ ଗ୍ରାମୀଣ ଭିତ୍ତିଭୂମିର ଉନ୍ନତି ସହ ଅଞ୍ଚଳର ସାମାଜିକ ଓ ଆର୍ଥିକ ବିକାଶକୁ ଆହୁରି ଗତିଶୀଳ କରିବ।ଟାଟା ଷ୍ଟିଲ ମେରାମଣ୍ଡଳୀର ପାଶ୍ୱର୍ବତ୍ତୀ ଗ୍ରାମାଞ୍ଚଳର ଶିକ୍ଷା, ଯୋଗାଯୋଗ ଏବଂ ଆବଶ୍ୟକ ଭିତ୍ତିଭୂମିର ଉନ୍ନତି ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ ନିରନ୍ତର ପ୍ରୟାସ ଜାରି ରଖିଛି।

Leave a Reply

Your email address will not be published. Required fields are marked *