*ଢେଙ୍କାନାଳରେ ‘ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଏଲଗ୍-୨୦୨୭’ ଜିଲ୍ଲାସ୍ତରୀୟ ପାୱାରପଏଣ୍ଟ ଉପସ୍ଥାପନା ପ୍ରତିଯୋଗିତା*
ଢେଙ୍କାନାଳ: ଢେଙ୍କାନାଳସ୍ଥିତ ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ‘ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଏଲଗ୍-୨୦୨୭’ର ଜିଲ୍ଲା ଚାମ୍ପିୟନସିପ୍ ରାଉଣ୍ଡ ପାୱାରପଏଣ୍ଟ ଉପସ୍ଥାପନା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଏଥିରେ ଜିଲ୍ଲାର ବହୁ ସଂଖ୍ୟକ ପ୍ରତିଯୋଗୀ ଅଂଶଗ୍ରହଣ କରି ବିଭିନ୍ନ ବିଷୟରେ ନିଜସ୍ୱ ଚିନ୍ତାଧାରା, ଜ୍ଞାନ ଓ ସୃଜନଶୀଳତାକୁ ପାୱାରପଏଣ୍ଟ ମାଧ୍ୟମରେ ସୁନ୍ଦର ଭାବେ ଉପସ୍ଥାପନ କରିଥିଲେ।ମାଇଁ ଭାରତର ନିର୍ଦ୍ଦେଶକ ଶକ୍ତି ସ୍ୱରୂପ ସିଂହଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା। ଏଥିରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଦୟାନିଧି ପାତ୍ର, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସ୍ୱାତୀରଞ୍ଜନ ସାହୁ, ଜିଲ୍ଲା ଶିଳ୍ପ କେନ୍ଦ୍ରର ସହକାରୀ ଶିଳ୍ପ ଅଧିକାରୀ ପ୍ରେମାନନ୍ଦ ମିଶ୍ର, ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁନୀତାବାଳା ଷଡ଼ଙ୍ଗୀ ଏବଂ ସନ୍ଥପୁର ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ତଥା ପ୍ରକୃତି ବନ୍ଧୁ ମନୋଜ କୁମାର ମହାନ୍ତି ବିଚାରକ ଭାବେ ଯୋଗଦେଇ ପ୍ରତିଯୋଗୀମାନଙ୍କ ଉପସ୍ଥାପନାର ମୂଲ୍ୟାୟନ କରିଥିଲେ।ପ୍ରତିଯୋଗିତାରେ ହରିଶ କୁମାର ଜେନା ପ୍ରଥମ ସ୍ଥାନ ସହ ଆର୍ଥିକ ରାଶି ୩୦୦୦ ଟଙ୍କା, ଅଲିଶା ରାଉତ ଦ୍ୱିତୀୟ ସ୍ଥାନ ସହ ୨୦୦୦ ଟଙ୍କାଏବଂ ବିଷ୍ଣୁପ୍ରିୟା ପଣ୍ଡା ତୃତୀୟ ସ୍ଥାନ ସହ ୧୦୦୦ ଟଙ୍କା ପ୍ରାପ୍ତ କରିଥିଲେ। ଏହି କୃତୀ ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହେବେ।କାର୍ଯ୍ୟକ୍ରମ ପରିଚାଳନାରେ ମାଇଁ ଭାରତର କର୍ମଚାରୀ ବିପ୍ରବର ବେହେରା, ସ୍ମୃତିରଞ୍ଜନ ସାହୁ ଓ ସ୍ୱର୍ଣ୍ଣଲିପି ବିଶ୍ୱାଳ ସହଯୋଗ କରିଥିଲେ। ଢେଙ୍କାନାଳ ଜିଲ୍ଲା ପ୍ରଶାସନର ତତ୍ତ୍ୱାବଧାନରେ ସମଗ୍ର କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପନ୍ନ ହୋଇଥିଲା। ଏହି ପ୍ରତିଯୋଗିତା ଯୁବପିଢ଼ିଙ୍କ ନେତୃତ୍ୱ ଦକ୍ଷତା, ଆତ୍ମବିଶ୍ୱାସ, ସୃଜନଶୀଳତା ଓ ରାଷ୍ଟ୍ର ନିର୍ମାଣରେ ସେମାନଙ୍କ ଭୂମିକାକୁ ଉତ୍ସାହିତ କରିବାର ଏକ ଉତ୍କୃଷ୍ଟ ମଞ୍ଚ ସାଜିଥିଲା।
