Spread the love

ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି ପ୍ରଥମାଷ୍ଟମି ଥିବାରୁ ବିଶେଷ ପୂଜା ଅର୍ଚ୍ଚନା କରାଯାଇଥିଲା । ସକାଳୁ ମଙ୍ଗଳ ଆଳତୀ, ସ୍ନାନ ନୂତନ ବସ୍ତ୍ର । ବଳରାମ ,ଶୁଭଦ୍ରା, କୃଷ୍ଣ, ଓ ରୁକ୍ମଣୀ ଙ୍କୁ ନୂତନ ବସ୍ତ୍ର ଲାଗି କରାଯାଇଥିଲା। ତୁଳସୀ ହାର ଫୁଲ ହାର, ବଲ୍ଲଭ ଭୋଗ, ଦଶଟା ବେଳେ ଖେଚୁଡ଼ି ଭୋଗ, ମଧନ୍ନା ସମୟରେ ମଙ୍ଗଳାର୍ପଣ ପୂଜା, ଏଣ୍ଡୁରି ପିଠା, ଚକା, ପୁଳି, ମିଠା ଓ ଅନ୍ନ ପ୍ରସାଦ ଲାଗି ହେବ। ସନ୍ଧ୍ୟା ବେଳ ଆଳତୀ ପରେ ରାତ୍ର ରେ ପହଡ଼ ପଡ଼ିବ। ପୂଜକ ମଳୟ କର, ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର,ବ୍ରଜ ମୋହନ ମହାପାତ୍ର, କହାଳିଆ ଟିକନ୍ ବେହେରା ,ମନ୍ଦିରର ଜୀମାଦାର ଶ୍ୟାମ ସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତି ଏହି ପ୍ରଥମାଷ୍ଟମି ଉତ୍ସବ ପାଳନ ହୋଇଥିଲା।

Leave a Reply

Your email address will not be published. Required fields are marked *