Spread the love

ଢେଙ୍କାନାଳ ଜିଲ୍ଲା ଭାରତୀୟ ମଜଦୂର ସଂଘର ବାର୍ଷିକ ଅଧିବେଶନ

ଢେଙ୍କାନାଳ, ୯/୨: ଢେଙ୍କାନାଳ ସହର ପୁରୁଣା ଜିଲ୍ଲା ପରିଷଦ ହଲ୍ ଠାରେ ଭାରତୀୟ ମଜଦୂର ସଂଘର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅଧିବେଶନରେ ଢେଙ୍କାନାଳ ଜିଲ୍ଲା ରାଷ୍ଟ୍ରୀୟ ସୟଂସେବକ ସଂଘର ସଂଘଚାଳକ ଅଶୋକ କୁମାର ଭଞ୍ଜ ମୁଖ୍ୟବକ୍ତା ଭାବେ ଉପସ୍ଥିତ ରହି ଦୀପ ପ୍ରଜ୍ଜ୍ଵଳନ କରି ମାର୍ଗଦର୍ଶନ ଦେଇଥିଲେ । ସଂଘର ଶତବାର୍ଷିକୀ ଉପଲକ୍ଷେ ପଂଚ ପରିବର୍ତନ ଓ ସଂଘର ପ୍ରଗତି ସମ୍ବନ୍ଧରେ ଆଲୋକପାତ କରିଥିଲେ । ଭାରତୀୟ ମଜଦୂର ସଂଘ ରାଜ୍ୟ ଶ୍ରମିକ ନେତା ତଥା ଜିଲ୍ଲା ପ୍ରଭାରୀ ଶ୍ରୀନିବାସ ଝୁଟିଆ ସମସ୍ତ କାର୍ଯ୍ୟକର୍ତାମାନଙ୍କୁ ‘‘ରାଷ୍ଟ୍ର ସର୍ବୋପରି”, ତେଣୁ ଆମ୍ଭେ ରାଷ୍ଟ୍ର କାମ କରିବା ସହିତ ଶ୍ରମିକର ହୀତ ସମ୍ପର୍କରେ ଆଲୋଚନା କରି ଭାରତୀୟ ମଜଦୂରର ଚଳିତ ବର୍ଷ ସତୁରୀ ବର୍ଷ ପୂର୍ତି ଉପଲକ୍ଷେ ଉଦ୍‌ବୋଧନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ କଳକାରଖାନା, ଅଙ୍ଗନବାଡି, ଆଶାକର୍ମୀ, ସଫେଇ କର୍ମଚାରୀ ସମସ୍ତେ ପ୍ରାୟ ୨୫୦ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ସଂଘର ବିବିଧ କ୍ଷେତ୍ର କାର୍ଯ୍ୟକର୍ତା ସମ୍ମାନିତ ଅତିଥୁ ପ୍ରାନ୍ତନ ନଗରପାଳ ସୁନିଲ୍‌ କୁମାର ଶର୍ମା, ସମାଜସେବୀ ଇତିଶ୍ରୀ ସାହୁ ତଥା ଭାଜପା ନେତ୍ରୀ ମଞ୍ଜୁଲତା ସାହୁ ଉପସ୍ଥିତ ରହି ଉତ୍ସାହିତ କରିଥିଲେ । ଓଡିଶା ଠିକ ମଜଦୂର ମହାସଂଘର ରାଜ୍ୟ ସଭାପତି ମଳୟ ପରିଜା ଢେଙ୍କାନାଳର କଂଟ୍ରାକ୍‌ଚୁଆଲ୍‌ରେ କାମ କରୁଥିବା ଶ୍ରମିକମାନେ ଏକତ୍ରିତ ହୋଇ ଆହ୍ୱାନ ଦେଇଥିଲେ । ସଭା ଶେଷରେ ଜିଲ୍ଲା ନୂତନ କମିଟି ଜିଲ୍ଲା ପ୍ରଭାରୀ ଶ୍ରୀନିବାସ ଝୁଟିଆ ଘୋଷଣା କରାଯାଇଥୁଲା I ପରିଶେଷରେ କୃଷ୍ଣଚନ୍ଦ୍ର ସାହୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଯାଇଥିଲା ।

Leave a Reply

Your email address will not be published. Required fields are marked *