Spread the love

ଢେଙ୍କାନାଳ ଡାକମଣ୍ଡଳ ଦ୍ଵାରା ପୁରସ୍କାର ବିତରଣ ଉତ୍ସବ

। ଆଜି ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହ ରେ ଢେଙ୍କାନାଳ ଡାକମଣ୍ଡଳ ତରଫରୁ ଏକ ପୁରସ୍କାର ବିତରଣ ଉତ୍ସବ ଢେଙ୍କାନାଳ ଡାକମଣ୍ଡଳର ଅଧିକ୍ଷକ ଶ୍ରୀଯୁକ୍ତ ଜଗଦିଶ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବ ରେ ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଢେଙ୍କାନାଳ ଡାକମଣ୍ଡଳ ଅନ୍ତର୍ଗତ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ ଓ ସାର୍ଟିଫିକେଟ ପ୍ରଦାନ କରିଥିଲେ।
ଦିନଦୟାଲ ସ୍ପର୍ଶ ଯୋଜନା ଯାହା ସ୍କୁଲ ପିଲାମାନଙ୍କୁ ଫିଲାଟେଲି ଡାକ ଟିକଟ ଉପରେ ଆଗ୍ରହ ଓ ଜ୍ଞାନ ଅର୍ଜନ ଏବଂ ଗବେଷଣା ନିମନ୍ତେ ରାଜ୍ୟ ର ବଛା ବଛା 40 ପ୍ରତିଯୋଗୀଙ୍କୁ ମାସିକ ସ୍କୋଲାରସିପ୍ ପ୍ରଦାନ କରିଥାଏ। ସେହି ପ୍ରତିଯୋଗିତା ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ , ଢେଙ୍କାନାଳ ସ୍ମୃତି ସଞ୍ଜନା ସାହୁ , ରଜନୀକା ଦାସ, ରୋଟାରୀ ପବ୍ଲିକ ସ୍କୁଲ ଅନୁଗୁଳ ର ଦେବରାଜ ସିଂ, ଏସଟି ଜାଭିୟର୍ସ ହାଇସ୍କୁଲ ଢେଙ୍କାନାଳ ର ଦେବଶ୍ବରିତ ପାଣି ଏବଂ ସୁପ୍ରଭା ଦାସ,କେନ୍ଦ୍ରିୟ ବିଦ୍ୟାଳୟ ଅନୁଗୁଳ -୨ର ଆୟୁଷି କୁମାରି ମୋଟ ୬ଜଣ ପ୍ରତିଯୋଗୀ କୃତକାର୍ଯ୍ୟ ହୋଇଥିବା ରୁ ସେମାନଙ୍କୁ ସାର୍ଟିଫିକେଟ ପ୍ରଦାନ ସମୟରେ ଜିଲ୍ଲାପାଳ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହିତ ସନ୍ତୋଷବ୍ୟକ୍ତ କରିଥିଲେ।
ଆଜାଦିକା ଅମ୍ରିତ ମହୋତ୍ସବ ଉପଲକ୍ଷେ ଅନୁଷ୍ଠିତ ସର୍ବଭାରତୀୟ ଷ୍ଟାମ୍ପ ଡିଜାଇନ୍ ପ୍ରତିଯୋଗିତା ରେ ଏହି ଅଞ୍ଚଳ ର ଛାତ୍ରୀ ଅନ୍ୟଅନ୍ବେଷା ମିଶ୍ର,ସୋନାଲି ଲେଙ୍କା,ଦିବ୍ୟଙ୍କା ଦାସ ଯଥା କ୍ରମେ ରାଜ୍ୟ ସ୍ତରୀୟ ଦିତୀୟ, ତୃତୀୟ ଏବଂ ଚତୁର୍ଥ ସ୍ଥାନ ହାସଲ କରିଥିବା ରୁ ସେମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଗଲା।
ସେହିପରି ସର୍ବଭାରତୀୟ ସ୍ତରୀୟ ତାର ଅକ୍ଷର ପତ୍ରଲିଖନ ପ୍ରତିଯୋଗୀତା ରେ ଆଠମଲ୍ଲିକ ର ସ୍ନିଗ୍ଧାରାଣୀ ସାହୁ ରାଜ୍ୟସ୍ତରୀୟ ତୃତୀୟ ସ୍ଥାନ ଅଧିକାର କରିଥିବାରୁ ତାଙ୍କୁ ସାର୍ଟିଫିକେଟ ପ୍ରଦାନ କରାଗଲା। ସ୍କୋଲାରସିପ୍ ଏବଂ ପ୍ରାଇଜ ମନି ସମସ୍ତ ପ୍ରତିଯୋଗୀମାନଙ୍କୁ ପୋଷ୍ଟାଲ ଅଫିସ ସେଭିଙ୍ଗ ଏକାଉଣ୍ଟ୍ କୁ ପଠାଯାଇଛି। ଢେଙ୍କାନାଳ ଡାକମଣ୍ଡଳ ତରଫରୁ ବିଗତ ଆର୍ଥିକ ବର୍ଷରେ ସମୁଦାୟ ୧୮୮ଟି ରାଜସ୍ବ ଗ୍ରାମକୁ ସମ୍ପୁର୍ଣ୍ଣ ସୁକନ୍ୟ ଗ୍ରାମ ହିସାବରେ ଘୋଷଣା କରାଯାଇଥିବାରୁ ଏବଂ ସମ୍ପୁର୍ଣ୍ଣ ବିବରଣୀ ଫଟୋଚିତ୍ର ସହିତ ସ୍ଥାନିତ କରାଯାଇଅଛି। ଉକ୍ତ ଉତ୍ସବକୁ ଅନ୍ୟତମ ଅତିଥି ହିସାବରେ ସହକାରୀ ଡାକ ଅଧିକ୍ଷକ ଶ୍ରୀଯୁକ୍ତ ନିଳମଣୀ ଜାନୀ ଧନ୍ୟବାଦ ଅର୍ପଣ କରିଥିଲେ। ଏବଂ ଶ୍ରୀଯୁକ୍ତ ସମିର ସାହୁ, ଡାକନିରିକ୍ଷକ ଢେଙ୍କାନାଳ ଉପମଣ୍ଡଳ ସଞ୍ଚାଳନ କରିଥିଲେ।

Leave a Reply

Your email address will not be published. Required fields are marked *