ଢେଙ୍କାନାଳ ବ୍ରାହ୍ମଣ ସମାଜର କାର୍ଯ୍ୟକାରିଣୀ ବୈଠକ
ଢେଙ୍କାନାଳ, : ସ୍ଥାନୀୟ ଦଧୂବାମନଜୀଉ ମଠ ପ୍ରାଙ୍ଗଣରେ ଅଖିଳ ଓଡିଶା ବ୍ରାହ୍ମଣ ମହାସଂଘ ଢେଙ୍କାନାଳ ଜିଲ୍ଲା ଶାଖାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ସୁଶିଲ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଓ ମୁଖ୍ୟ ଉପଦେଷ୍ଟା ପ୍ରେମାନନ୍ଦ ଦାଶଙ୍କ ମାର୍ଗଦର୍ଶନରେ ସଭା ପରିଚାଳିତ ହୋଇଥିଲା। ଏହି ସଭାରେ ବ୍ଲକ୍ ସ୍ତରୀୟ ସଂଗଠନର ପୁନରୁଥାନ ଏବଂ ଶକ୍ତି ବାହିନୀ ଓ ପର୍ଶୁରାମ ବାହିନୀର କାର୍ଯ୍ୟକ୍ରମ, ଜିଲ୍ଲା ର ମଠ ମନ୍ଦିରର ସୁରକ୍ଷା ନେଇ ଆଲୋଚନା ହୋଇଥିଲା । ଉକ୍ତ ସଭାରେ ଅଶୋକ ନନ୍ଦ, ରୀତା ମିଶ୍ର, ଦିଲ୍ଲୀପ କୁମାର ରଥ, ସତ୍ୟପ୍ରିୟ ରଥ, ନୂତନ ମହାପାତ୍ର ଏବଂ ଅନ୍ୟାନ୍ୟ କର୍ମକର୍ତାମାନେ ଉପସ୍ଥିତ ରହି ସଭାକାର୍ଯ୍ୟ ସଠିକ୍ ରୂପେ ସଂଚାଳନ କରିଥିଲେ ।
