ଦ୍ଵାରୀ ଅଙ୍ଗନ୍ ୱାଡି କେନ୍ଦ୍ରରେ ଆଙ୍ଗନ କା ଉତ୍ସବ ପାଳିତ

ଅଦ୍ୟ ତା ୨୭/୦୯/୨୦୨୬ ରବିବାର ଦିନ ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଦ୍ବାରୀ ଗ୍ରାମରେ ଯସ୍ମିତା ସାହୁ ଙ୍କ ଅଙ୍ଗନ
ୱାଡି କେନ୍ଦ୍ରରେ ଭୁକ୍ତା ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ସାହୁ ଙ୍କ ସଭାପତିତ୍ବରେ ତଥା ଅଙ୍ଗନ ୱାଦି କର୍ମୀ ଯସ୍ମିତା ସାହୁ ଓ ସି ଆର୍ ପି ସି ଏମ୍ ଉଲ୍ଲାସିନୀ ବାଗ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଙ୍ଗନ୍ କା ଉତ୍ସବ ପାଳିତ ହୋଇଯାଇଛି । ସମ୍ମାନିତ ଅତିଥି ଭାବେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦଦ୍ବାରି ର ସହକାରୀ ଶିକ୍ଷକ ସ୍ବାଧୀନ କୁମାର ସାହୁ ଯୋଗଦେଇଥିଲେ । ଯସ୍ମିତା ସାହୁ ଉତ୍ସବର ଉଦ୍ଦେଶ୍ୟ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ପିତାମାତା ଙ୍କ ଦ୍ଵାରା ବିଭିନ୍ନ ପ୍ରକାରର ପିଠାପଣା ର ପ୍ରଦର୍ଶନୀ ହୋଇଥିଲା । ଜ୍ଞାନେଶ ରଣା ଙ୍କ ସୁଜି ମଡ଼ା ପ୍ରଥମ,କିର୍ତୀ ବଢ଼େଇ ଙ୍କ ମାଣ୍ଡିଆ ଶୁଆଁଳି ଦ୍ୱିତୀୟ,ତ୍ରିଲୋଚନ ବାଗ ଙ୍କ ମାଣ୍ଡିଆ ପିଠା ତୃତୀୟ ସ୍ଥାନ ଅଧିକାର କରିଥିଲା । ଅଙ୍ଗନୱାଡ଼ି କର୍ମୀ ଲୟ ଭୁଏ ଙ୍କ କେନ୍ଦ୍ର ରେ ମଧ୍ୟ ପିଠା ପଣା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ମାଣ୍ଡିଆ ପେଣ୍ଡା ପ୍ରଥମ,ଶ୍ରୀଅନ୍ନ ଦ୍ୱିତୀୟ ଓ ମାଣ୍ଡିଆ ସୁଆଁଳୀ ପିଠା ତୃତୀୟ ସ୍ଥାନ ଅଧିକାର କରିଥିଲା । କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ପୁରସ୍କାର ଆସନ୍ତା ମଙ୍ଗଳବାର ଦିନ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିଲା । ଶେଷରେ ଉଲ୍ଲାସିନୀ ବାଗ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

