Spread the love

ତାଳଚେରରେ ବହୁମୂଲ୍ୟର ଜୀବନର ମାନେ ନାହିଁ
ଆଜି ପୁଣି ଜାତୀୟ ରାଜପଥରେ ଦୁର୍ଘଟଣା! ଅଳ୍ପକେ ବର୍ତିଲେ ସ୍କୁଟି ଚାଳକ
ତାଳଚେର, ୧୬/୧୦ ଦୁର୍ଘଟଣା କ’ଣ ତାଳଚେର ବାସୀ ହିଁ କହିବେ । ଦିନେ ଛାଡ଼ି ଦିନେ, ଗେଟିଏ ପରେ ଗୋଟିଏ ଦୁର୍ଘଟଣା ଘଟି ଚାଲିଛି । ଏହା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି ଏଥିପ୍ରତି ଲୋକ ପ୍ରତିନିଧି ନା ପ୍ରଶାସନ କାହାର ହେଲେ ଆନ୍ତରିକତା ନାହିଁ । ଆଜି ତାଳଚେର ବ୍ଲକ ଅନ୍ତର୍ଗତ ତାଳବେଡ଼ା ଗ୍ରାମ ନିକଟଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥରେ ଏକ ସ୍କୁଟି ଚାଳକ ଯାଉଥିବା ସମୟରେ ପାଉଁଶ ବୋଝଇ ହାଇୱା ଟ୍ରକ ନଂ- ଓଡ଼ି ୩୫ ଏଚ- ୧୭୬୬ ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ସ୍କୁଟି ଚାଳକ ଗାଡ଼ିକରୁ ଛିଟି ପଡ଼ିବା ଫଳରେ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତି ଯାଇଥିବା ବେଳେ ତାଙ୍କର ଗୋଟିଏ ଗୋଡ଼ ଭାଙ୍ଗି ଯାଇଥିବା ଘଟଣା ଅଂଚଳରେ ଚହଳ ପକାଇ ଦେଇଛି । ଏହି ଖବର ପ୍ରଚାରିତ ହେବାପରେ ସେଠାରେ ଉତେଜନା ପରିସ୍ଥିତି ସୃଷ୍ଟି ହେବାସହ ଏହି ଜାତୀୟ ରାଜପଥରେ ପାଣିସଚଂନ ଓ ରାସ୍ତା ମରାମତି କରିବାକୁ ଦାବି ହୋଇଥିଲା । ଫଳରେ ଘଂଟାଘଂଟା ଧରି ଉଭୟ ପାଶ୍ୱର୍ରେ ଗାଡ଼ିମଟର ଚଳାଚଳ ଟପ୍ ହୋଇଯାଇଥିଲା । ସେଠାରେ ପୋଲିସ୍ ପଂହଚି ପରିସ୍ଥିତିକୁ ଆୟତ କରିଥିଲା । ଏପରି ଘଟଣା ବାରମ୍ବାର ଘଟୁଥିଲେ ହେଁ କାହାର ଏଥିପ୍ରତି ଆନ୍ତରିକତା ନଥିବା ଅଂଚଳବାସୀଙ୍କ ପାଇଁ ବଡ଼ ଦୁର୍ଭାଗ୍ୟ ଜନକ ବିଷୟ ହୋଇଛି ।

Leave a Reply

Your email address will not be published. Required fields are marked *