Spread the love

ନବଗଠିତ ମା’ହିଙ୍ଗୁଳା ମନ୍ଦିରର ପ୍ରଥମ ବୈଠକ ଅନୁଷ୍ଠିତ
ତାଳଚେର, ୧୬/୧୦ ତାଳଚେର ବ୍ଲକ ଗୋପାଳପ୍ରସାଦ ସ୍ଥିତ ମା’ହିଙ୍ଗୁଳା ଠାକୁରାଣୀ ମନ୍ଦିରର ନବଗଠିତ ଟ୍ରଷ୍ଟବୋର୍ଡ଼ର ଅତ୍ୟାଧୁନିକ ପଦ୍ଧତିରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ କେତେକ ସଦସ୍ୟ ସାକ୍ଷାତ ଉପସ୍ଥିତ ରହିଥିବା ବେଳେ ଅନ୍ୟ ସଦସ୍ୟମାନେ ଭିଡ଼ିଓ କନଫ୍ରେନ୍ସ ମାଧ୍ୟମରେ ଯୋଗଦେଇଥିଲେ । ସମ୍ବଲପୁର ସ୍ଥିତ ଅତିରିକ୍ତ ସହକାରୀ ଦେବୋତ୍ର ଆୟୁକ୍ତଙ୍କ ଦ୍ୱାରା ୧୩ ଅକ୍ଟୋବର ୨୦୨୬ରେ ଜାରି ଆଦେଶ ଅନୁଯାୟୀ ଟ୍ରଷ୍ଟବୋର୍ଡ଼ ଗଠନ ଓ ପରିଚାଳନା ଟ୍ରଷ୍ଟି ନିର୍ବାଚନ ଉଦ୍ଦେଶ୍ୟରେ ଏହି ବୈଠକ କରାଯାଇଥିଲା । ବୈଠକରେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଓ ଢ଼େଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ଏବଂ ବିଧାୟକ ବ୍ରଜକିଶୋର ପ୍ରଧାନ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇଥିଲେ । ଟ୍ରଷ୍ଟବୋର୍ଡ଼ର ସରକାରୀ ସ୍ତରରେ ତାଳଚେର ଉପଜିଲ୍ଳାପାଳ ପ୍ରଜ୍ଞାନନ୍ଦ ଗିରି, ଏସଡ଼ିପିଓ ଭରତଚନ୍ଦ୍ର ସାହୁ, ତହସିଲଦାର ଆଲଫା ଜେନା, ବିଡ଼ିଓ ସୁଶାନ୍ତ ବରାଳ, ମହାପ୍ରବନ୍ଧକ ହିଙ୍ଗୁଳା ସୁନିଲ ବଂଶଲ ଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ତାଳଚେର ରାଜା ସାହେବ୍ ବିଜୟନ୍ଦ୍ର ବୀରବର ହରିଚନ୍ଦନ ଦେବ, ରାଜନ୍ଦ୍ରେ ସିଂହ, ସୌଭାଗ୍ୟ ଚନ୍ଦ୍ର ପ୍ରଧାନ, ରତ୍ନାକର ସାହୁ, ସୁବାଷ ପ୍ରଧାନ, ପ୍ରତାପ ସାମଲ, ଗଗନ ବିହାରୀ ସାହୁ, ସନ୍ତୋଷ ପ୍ରଧାନ ଓ କିଶୋର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ବିଭିନ୍ନ ବିଷୟ ବିସ୍ତୃତ ଆଲୋଚନା କରି ଉପଜିଲ୍ଳାପାଳ ତାଳଚେରଙ୍କୁ ମା’ ହିଙ୍ଗୁଳା ଦେବୀଙ୍କ ମନ୍ଦିରର ପରିଚାଳନା ଟ୍ରଷ୍ଟି ଭାବେ ନିର୍ବାଚିତ କରିବାକୁ ନିଷ୍ପତି ହୋଇଥିଲା । ଏହି ସଙ୍କଳ୍ପର ପ୍ରମାଣିତ ମତ ଆବଶ୍ୟକ ଅନୁମୋଦନ ନିମନ୍ତେ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସାରେ ସମ୍ବଲପୁର ସ୍ଥିତ ଅତରିକ୍ତ ଦେବୋତର ନିକଟକୁ ପଠାଯିବ । ଓଡ଼ିଶା ହୀନ୍ଦୁ ଦେବୋତର ଆଇନ ୧୯୫୧ର ବ୍ୟବସ୍ଥା ଅନୁଯାୟୀ ଏହି ନବଗଠିତ ଟ୍ରଷ୍ଟବୋର୍ଡ଼ର ୧୭ଜଣ ଅଣବଂଶାନୁ କ୍ରମିକ ଟ୍ରଷ୍ଟି ନିଯୁକ୍ତ ହୋଇଛନ୍ତି । ମନ୍ଦିର ସମ୍ପତିର ସୁବ୍ୟବସ୍ଥିତ ପରିଚାଳନା, ଆର୍ଥିକ ରେକର୍ଡ଼ ସ୍ୱଚ୍ଛତା ଓ ମନ୍ଦିର ସମ୍ବନ୍ଧିୟ ସମସ୍ତ କାର୍ଯ୍ୟର ସଠିକ୍ ପରିଚାଳନା ସହିତ ପ୍ରଚଳିତ ଆଇନଗତ ବ୍ୟବସ୍ଥାର ଅନୁପାଳନ ସୁଶ୍ଚିତ କରିବା ଏହି ବୋର୍ଡ଼ ଗଠନର ମୁଖ୍ୟ ଉଦ୍ଦେଶ୍ୟ । ଶେଷରେ ସଭାପତିଙ୍କୁ ଧନ୍ୟାବଦ୍ କରାଯିବା ସହ ବୈଠକ ସମାପ୍ତି କରାଯାଇଥିଲା ।

Leave a Reply

Your email address will not be published. Required fields are marked *