Spread the love

ତାଳଚେରରେ ଯେ ଷ୍ଟାର୍ ତାଏକୋଣ୍ଡୋ ଆସୋସିଏସନ୍‌ ଅନୁଗୋଳ ର ଦକ୍ଷତା ଶିବିର

ତାଳଚେରସ୍ଥିତ ଦେଉଳବେରା କୋଲିୟରୀ ଗ୍ରୀନ୍ ଗ୍ରାସ୍‌ରେ ଥିବା ଡିସିଆଇ କ୍ଲବ୍ ପରିସରରେ ଯେ ଷ୍ଟାର୍ ତାଏକୋଣ୍ଡୋ ଆସୋସିଏସନ୍, ଅନୁଗୋଳ ପକ୍ଷରୁ ୨ୟ ବ୍ଲାକ୍ ବେଲ୍ଟ ଦକ୍ଷତା ଶିବିର, ରେଫରି ଓ ଇନ୍‌ଷ୍ଟ୍ରକ୍ଟର ଦକ୍ଷତା ଶିବିର ଏବଂ ୧୩ତମ କଲର ବେଲ୍ଟ ଦକ୍ଷତା ଶିବିର ଅଗଷ୍ଟ ୨୨ ଓ ୨୩ ତାରିଖରେ ବେଶ୍ ଆଡମ୍ବରପୂର୍ଣ୍ଣ ଭାବେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ଏହି ସମାରୋହରେ ଯେ ଷ୍ଟାର୍ ତାଏକୋଣ୍ଡୋ ଆସୋସିଏସନ୍, ଅନୁଗୋଳର ସଭାପତି ଶ୍ରୀ ପେସ୍କାର ଗଡ଼ନାୟକ, ଯୁଗ୍ମ ସଭାପତି ଶ୍ରୀ ଡାକ୍ତର ସାହୁ, ଅତିରିକ୍ତ ସଭାପତି ଶ୍ରୀ ସଞ୍ଜୟ କୁମାର ମାଝୀ, କୋଷାଧ୍ୟକ୍ଷା ଶ୍ରୀମତୀ ଦିବ୍ୟପ୍ରଭା ସିଂହ, ଯୁଗ୍ମ କୋଷାଧ୍ୟକ୍ଷା ଶ୍ରୀମତୀ ବୈଶାଳୀ ନାଏକଙ୍କ ସମେତ ସାମ୍ବାଦିକ ବିଘ୍ନେଶ୍ୱର ସାହୁ, ଦୁର୍ଯୋଧନ ପ୍ରଧାନ ଓ ଶିବ ପ୍ରସାଦ ବେହେରା ଉପସ୍ଥିତ ଥିଲେ।
ସଂଘର ସମ୍ପାଦକ ଶ୍ରୀ ଯୋଗେନ୍ଦ୍ର ସାର୍ ଉପସ୍ଥିତ ରହି ସମଗ୍ର ସମାରୋହକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।
ଏହି ଦକ୍ଷତା ଶିବିରର ମୁଖ୍ୟ ଅତିଥି ଭାବେ ଦକ୍ଷିଣ କୋରିଆରୁ ଆସିଥିବା ଗ୍ରାଣ୍ଡମାଷ୍ଟର ସିଓଙ୍ଗ କୁକୁ ଜିଓଙ୍ଗ ଯୋଗଦେଇଥିଲେ। ତାଙ୍କ ନିରୀକ୍ଷଣ ଓ ମାର୍ଗଦର୍ଶନରେ ଛାତ୍ରଛାତ୍ରୀମାନଙ୍କର ତାଏକୋଣ୍ଡୋ ଦକ୍ଷତା ପରୀକ୍ଷା ଓ ମୂଲ୍ୟାୟନ କରାଯାଇଥିଲା।
ପରୀକ୍ଷାରେ 22 ଜଣ ବ୍ଲାକ ବେଲ୍ଟ ଓ ୮୦ ଜଣ କଲର ବେଲ୍ଟ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଯୋଗ୍ୟତା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।
ଯେ ଷ୍ଟାର୍ ତାଏକୋଣ୍ଡୋ ଆସୋସିଏସନ୍, ଅନୁଗୋଳ ପକ୍ଷରୁ ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତରେ ଆହୁରି ସଫଳତା ହାସଲ କରିବା ପାଇଁ ଶୁଭେଚ୍ଛା ଓ ଆଶୀର୍ବାଦ ପ୍ରଦାନ କରାଯାଇଥିଲା। ଏହି ଶିବିର ତାଏକୋଣ୍ଡୋ କ୍ରୀଡ଼ାର ବିକାଶ ସହ ଯୁବପିଢ଼ିଙ୍କ ମଧ୍ୟରେ ଶୃଙ୍ଖଳା, ଆତ୍ମବିଶ୍ୱାସ ଓ କ୍ରୀଡ଼ା ମନୋଭାବ ବୃଦ୍ଧିରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ପରିଗଣିତ ହୋଇଛି।

Leave a Reply

Your email address will not be published. Required fields are marked *