Spread the love

ତାଳଚେର ଉପଖଣ୍ଡରେ ୭୭ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ


ତାଳଚେର, ୨୬/୦୧/୨୦୨୬ :
ତାଳଚେର ଉପଖଣ୍ଡ ସଦର ମହକୁମାରେ ୭୭ତମ ସାଧାରଣତନ୍ତ୍ର ଦିବସ ଅତ୍ୟନ୍ତ ଉତ୍ସାହ ଓ ଗରିମା ସହ ପାଳିତ ହୋଇଯାଇଛି। ଏହି ଅବସରରେ ତାଳଚେର କଲେଜ ପଡ଼ିଆରେ ସକାଳ ୯ଟା ୧୫ ମିନିଟ୍ ସମୟରେ ମାନ୍ୟବର ଉପଜିଲ୍ଲାପାଳ ଶ୍ରୀ ସମୀର କୁମାର ଜେନା, ଭା.ପ୍ର.ସେ. (IAS) ଜାତୀୟ ପତାକା ଉତ୍ତୋଳନ କରି ପାରେଡ୍ ଅଭିବାଦନ ଗ୍ରହଣ କରିଥିଲେ।


ତାଳଚେର ବିବେକାନନ୍ଦ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଜାତୀୟ ସଙ୍ଗୀତ ଗାନ କରାଯାଇ ଜାତୀୟ ପତାକାକୁ ସମ୍ମାନ ପ୍ରଦର୍ଶନ କରାଯାଇଥିଲା। ମୁଖ୍ୟ ଅତିଥି ମାନ୍ୟବର ଉପଜିଲ୍ଲାପାଳ ସମସ୍ତଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।
ଏହି ଅବସରରେ “ତାଳଚେର ଗର୍ବ–ଗୌରବ ସମ୍ମାନ–୨୦୨୬” ଅନ୍ତର୍ଗତ ତାଳଚେରର ସ୍ୱାଧୀନତା ସଂଗ୍ରାମୀ, ତାଳଚେର ମାଟିରେ ଜନ୍ମଗ୍ରହଣ କରିଥିବା ସହିଦ ବୀରପୁତ୍ର, ଜାତୀୟ ସ୍ତରରେ ସଫଳ କ୍ରୀଡ଼ାବିତ୍‌, ଏବଂ ସମାଜସେବୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଭିନ୍ନ ବିଦ୍ୟାଳୟର ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।
ଏହା ସହିତ ତାଳଚେର ମଣ୍ଡା ପାଳ ମେଡିକାଲରେ ରୋଗୀମାନଙ୍କୁ ଫଳ ବଣ୍ଟନ ଓ କାରାଗାରରେ ଅନ୍ତେବାସୀମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ସନ୍ଧ୍ୟାରେ ‘ ବର୍ଣ୍ଣାଳୀ’ ଅନୁଷ୍ଠାନ ପକ୍ଷରୁ ପଞ୍ଚାୟତ ସଭାଘରେ କବିତା ପାଠ ଉତ୍ସବ ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମରେ ଉପଖଣ୍ଡ ଆରକ୍ଷ ଅଧିକାରୀ ଶ୍ରୀ ଭରତ ଚରଣ ସାହୁ, ସମସ୍ତ ଥାନାର ଭାରପ୍ରାପ୍ତ ଅଧିକାରୀ, ଡେପୁଟି କଲେକ୍ଟର ଶ୍ରୀ ଡାଏଲ ଏକା, ଡେପୁଟି କଲେକ୍ଟର ଶ୍ରୀ ମାନସ ମୋହନ ସେଠ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ବରାଳ, ତାଳଚେର ତହସିଲଦାର ଶ୍ରୀ ଅଲଫା ଜେନା, କଣିହାଁ ତହସିଲଦାର ଶ୍ରୀ ଚିନ୍ମୟ ଦାସ, ଅତିରିକ୍ତ ତହସିଲଦାର ଶ୍ରୀମତୀ ପୁଷ୍ପିତା ମଧୁମତି ଦେହୁରୀ, ଭାରପ୍ରାପ୍ତ ସୂଚନହୁରୀ, ଭାରପ୍ରାପ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାଳନ୍ଦୀ ସାହୁ, ଶ୍ରୀ ରାକେଶ ସେଠୀ, ଶ୍ରୀ ପପୁ ବେହେରା ଓ ଅନ୍ୟାନ୍ୟ କର୍ମଚାରୀ, ସ୍ୱଚ୍ଛସେବୀ, ଗଣମାଧ୍ୟମ ପ୍ରତିନିଧି ଏବଂ ବହୁ ସଂଖ୍ୟକ ତାଳଚେରବାସୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *