Spread the love

ତାଳଚେର ଗଣେଶ ପୂଜାର ନୂତନ କର୍ମକର୍ତା ଚୟନ
ତାଳଚେର, ୨୦/୦୮ ବହୁ ବାଦ, ବିବାଦ, ଛକାପଞ୍ଜା ନେଇ ପୂର୍ବରୁ କେନ୍ଦ୍ରୀୟ ଗଣେଶ ପୂଜା କମିଟି କର୍ମକର୍ତାଙ୍କୁ ବିଦାଅ ଦେଇ ଆଜି ତାଳଚେର ଉପଜିଲ୍ଳାପାଳ ଆଶିଷ ରଞ୍ଜନ ସାହୁଙ୍କ ଅଧ୍ୟତାରେ ସ୍ଥାନୀୟ ଦେଉଳବେଡ଼ା ସ୍ଥିତ ମଙ୍ଗଳମ କ୍ଲବ ଠାରେ ଚଳିତ ୨୦୨୬-୨୯ ମସିହା ଯାଏଁ ନୂତନ କର୍ମକର୍ତା ଚୟନ ହୋଇଯାଇଛି । ସଭାପତି ଭାବେ ତାଳଚେର ଉପଜିଲ୍ଳାପାଳ (ପ୍ରଦ, ପଯୁକ୍ତ), କାର୍ଯ୍ୟକାରୀ ସଭାପତି ଉପଖଣ୍ଡ ପୋଲିସ୍ ଅଧିକାରୀ, ଉପସଭାପତି କେଶବ ଭୂତିଆ, ପ୍ରଭାତ ପଟ୍ଟନାୟକ, ସାଧାରଣ ସମ୍ପାଦକ ଜିତେନ୍ଦ୍ର ଦାସ, ସହସମ୍ପାଦକ ନାରାୟଣ ସେଠୀ, ବିଶ୍ୱରଞ୍ଜନ ତୁଙ୍ଗସାମନ୍ତ, ମନୋରଞ୍ଜନ ଦାସ, ମନୋରଞ୍ଜନ ଭୂତିଆ ଚୟନ ହୋଇଥିବା ବେଳେ କୋଷାଧ୍ୟକ୍ଷ ଦୁଇଜଣ ଆଶୟରୀ ହୋଇଥିବାରୁ ଏହାକୁ ନେଇ ବିବାଦ ଦେଖା ଦେଇଥିଲା । ଫଳରେ ଦୁଇ ପ୍ରତିଦ୍ୱିନ୍ଦିଙ୍କ ମଧ୍ୟରେ ନିର୍ବାଚନ ହୋଇଥିଲା । ଅଶୋକ ଶତପଥୀ ଓ ରିଷିକେଶ ସାହୁଙ୍କ ମଧ୍ୟରେ ପ୍ରତିଦ୍ୱିନ୍ଦି ହେବାରୁ ଶ୍ରୀ ସାହୁ ୬୩ଖଣ୍ଡ ଭୋଟରେ ଆଗୁଆ ରହି କୋଷାଧ୍ୟକ୍ଷ ପଦକୁ ହାତେଇ ଥିବା ବେଳେ ଓଡ଼ିଟର ଭାବେ ଆଇନଜିବୀ ଦୟାସାଗର ମିଶ୍ରଙ୍କୁ ମନୋନୀତ କରାଯାଇଥିବା କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *