Spread the love

ତାଳଚେର ବଡ଼ଯୋରଡା ଗ୍ରାମରେ ମା’ ଗ୍ରାମେଶ୍ୱରୀ ମନ୍ଦିରର ନୂତନ ପ୍ରତିଷ୍ଠା ମହୋତ୍ସବ


ତାଳଚେର, ୨୩/୦୩ ତାଳଚେର ବ୍ଲକ ଅନ୍ତର୍ଗତ ବଡ଼ଯୋରଡା ଗ୍ରାମରେ ଅବସ୍ଥିତ ଇଷ୍ଟଦେବୀ ମା’ ଗ୍ରାମେଶ୍ୱରୀ ମନ୍ଦିରର ନୂତନ ପ୍ରତିଷ୍ଠା ମହୋତ୍ସବ ଅତ୍ୟନ୍ତ ଧୁମଧାମରେ ପାଳନ କରାଯାଇଛି। ଏହି ପବିତ୍ର ଅବସରରେ ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗଦେଇ ମା’ଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ। ଏହି ଅବସରରେ ଅଞ୍ଚଳବାସୀଙ୍କ ସୁଖ-ଶାନ୍ତି ଓ ସମୃଦ୍ଧି ପାଇଁ ମା’ଙ୍କ ନିକଟରେ ମଙ୍ଗଳ କାମନା କରିଥିବା ସହ ଏହିପରି ଧାର୍ମିକ କାର୍ଯ୍ୟକ୍ରମ ଗ୍ରାମୀଣ ସଂସ୍କୃତିକୁ ଆଗକୁ ନେବାରେ ମୁଖ୍ୟ ଭୂମିକା ନିଭାଉଛି ବୋଲି ମତ ପ୍ରକାଶ କରିଥିଲେ। ଏହି ମହୋତ୍ସବରେ ୧୮ ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ଅମିୟ ପ୍ରଧାନ, ବଡ଼ଯୋରଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଜିତେନ୍ କୁମାର ବେହେରା, ସମିତି ସଭ୍ୟ ବିକ୍ରମ ଭୋଇ ସହିତ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବର୍ଗ ଉପସ୍ଥିତ ଥିଲେ। ଗ୍ରାମବାସୀମାନେ ବହୁ ଭକ୍ତି ଓ ଆନନ୍ଦର ସହିତ ଏହି ପ୍ରତିଷ୍ଠା ମହୋତ୍ସବକୁ ପାଳନ କରିଥିବାରୁ ସମଗ୍ର ପରିବେଶ ଧାର୍ମିକ ଓ ଉତ୍ସବ ମୂଡ଼ରେ ଭରିଯାଇଥିଲା। ତେବେ ଗ୍ରାମ୍ୟ କମିଟିର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଦୀର୍ଘ ବର୍ଷ ପୂର୍ବେ ନିଜର ଘର ଡ଼ିହ ଜମିକୁ ତାଳଚେର ତହସିଲଦାର ଓ ବିଡ଼ିଓଙ୍କ ଜରିଆରେ ଗ୍ରାମ୍ୟ କମିଟି ଜାଗା ପ୍ରଦାନ କରିଥିଲେ ସେହି ଗାଁର ବାସିନ୍ଦା ବିଦେଶୀ ଦେହୁରୀ l ତେବେ ନିଜ ଭିଟା ମାଟି ସ୍ଥାନରେ ମା ଗ୍ରାମେଶ୍ବରିଙ୍କ ମନ୍ଦିର ପ୍ରତିଷ୍ଠା ହୋଇଥିବାରୁ ବେସ ଖୁସୀ ପ୍ରକଟ କରିବା ସହ ଅତ୍ୟନ୍ତ ଭାବୁକ ହୋଇଛନ୍ତି ସମାଜ ସେବୀ ବିଦେଶୀ ଦେହୁରୀ l

Leave a Reply

Your email address will not be published. Required fields are marked *