Spread the love

ତାଳଚେର ବିକାଶରେ ପ୍ରତିବନ୍ଧକ ହେବନି ଅର୍ଥ
ତାଳଚେର, ୧୬/୦୮ ତାଳଚେର ସହର ନିଜ ଜନ୍ମମାଟିରେ ତାଳଚେର ପୌରପରିଷଦ ଅଂଚଳରେ ଅନେକ ବିକାଶ କାର୍ଯ୍ୟର ଭିତିପ୍ରସ୍ତର ଓ ଶୁଭଉଦଘାଟନ ସମାରୋହ ମୁଖ୍ୟଅତିଥି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ । ତାଳଚେର ବିକାଶଭୂଳକ କାର୍ଯ୍ୟପାଇଁ ଅର୍ଥ କେବେ ପ୍ରତିବନ୍ଧକ ହେବ ନାହିଁ ବୋଲି ପ୍ରକାଶ କରିବା ସହ ତାଳଚେରକୁ ପର୍ଯ୍ୟଟନ ସ୍ଥଳ କରିବାପାଇଁ ଆଗ୍ରହ ପ୍ରକାଶ କରିଥିଲେ ଓ ୬ଶହ ଏକର ରାଣୀପାର୍କରେ ଏକ ଚିଡ଼ିଆଖାନା କରାଯିବାକୁ ପ୍ରସ୍ତାବ ଦେଇଥିଲେ । ଏହାକୁ କିପରି ସାକାର କରାଯିବ ମଂଚରେ ଉପସ୍ଥିତ ଥିବା ଜିଲ୍ଳାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଶେଷକରି ତାଳଚେର ମଣ୍ଡାପାଳ ଛକ ଠାରୁ ସନ୍ଥପଡ଼ାକୁ ସଂଯୋଗ କରିବାପାଇଁ ନଦୀ କୂଳରେ ନୂତନ ରାସ୍ତା ନିର୍ମାଣ, ତାଳଚେର ରାଜବାଟ୍ଟୀ ଠାରୁ ନାଲକୋ, ଭୋଗବେରଣୀ ଷ୍ଟେସନ ଠାରୁ ଥର୍ମାଲ ପର୍ଯ୍ୟନ୍ତ ନୂତନ ରାସ୍ତା ସହ ସହର ସହିତ ଅନୁଗୋଳକୁ ଯୋଡ଼ିବାକୁ କିଛି ନୂତନ ରାସ୍ତା କରିବାକୁ ଜିଲ୍ଳାପାଳଙ୍କୁ କହିଥିଲେ । ତେବେ ଏଥିପାଇଁ ଦଳରୁ ଉର୍ଦ୍ଧ୍ୱରେ ରହି ତାଳଚେର ବିକାଶମୂଳକ କାର୍ଯ୍ୟରେ ସମସ୍ତେ ଏକହୋଇ କାମ କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଥିଲେ । ତାଳଚେର ବସଷ୍ଟାଣ୍ଡରେ ଆୟୋଜିତ ସମାବେଶରେ ନଗରପାଳ ପବିତ୍ର ଭୂତିଆ ସଭାପତିତ୍ୱ କରି ବିଗତ ସରକାର ସମୟରେ ତାଳଚେର ପ୍ରତି ହୋଇଥିବା ଅବହେଳା ଓ ବିଶେଷ କରି ମିଳିଥିବା କଷ୍ଟକୁ ବଖାଣିବା ସହ ଅତୀତକୁ ମନେପକାଇ ବର୍ତମାନ ମିଳିଥିବା ଅନୁଦାନ ପାଇଁ ଢ଼େଙ୍କାନାଳ ସାଂସଦ ଶ୍ରୀ ପ୍ରଧାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ପୌରପରିଷଦ ଅବସରପ୍ରାପ୍ତ ବକେୟା ପାଉଣା ପାଇଁ ୪.୫୫କୋଟି ଟଙ୍କା ମଞ୍ଜୁର କରାଇ କର୍ମଚାରୀଙ୍କ ମୁହଁରେ ହସ ଦେଇଥିବାରୁ ନଗରପାଳ ଖୁସି ହେବା ସହ ସାଂସଦ ଶ୍ରୀ ପ୍ରଧାନଙ୍କୁ କୃତଜ୍ଞତା ଜଣାଇଥିଲେ । ଅନ୍ୟତମ ଅତିଥିଭାବେ ଢ଼େଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି, ବିଧାୟକ ବ୍ରଜ କିଶୋର ପ୍ରଧାନ, ପାଲହଡ଼ା ବିଧାୟକ ଅଶୋକ ମହାନ୍ତି, ପର୍ଜଙ୍ଗ ବିଧାୟକ ବିଭଗୂତି ପ୍ରଧାନ, ପ୍ରତାପ ପ୍ରଧାନ ବିଧାୟକ ଅନୁଗୋଳ, ଏମଅଖତାର ଜିଲ୍ଳାପାଳ ଅନୁଗୋଳ, ରାହୁଲ ଜୈନ ଏସପି ଅନୁଗୋଳ ମଂଚରେ ଉପସ୍ଥିତ ଥିଲେ । ତେବେ ଏଠାରେ ସୂଚନା ଯୋଗ୍ୟ ତାଳଚେର ବିଭିନ୍ନ ୱାର୍ଡ଼ରେ ବିକାଶମୂଳକ କାର୍ଯ୍ୟ ଜିଲ୍ଳା ଖଣିଜ ପାଣ୍ଠିରୁ ୨୫କୋଟି ଓ ମୁଖ୍ୟମନ୍ତ୍ରୀ ସହରୀ ଯୋଜନା ୭କୋଟି ଟ୍‌କାରେ ୧୫୦ଟି ପ୍ରକଳ୍ପ ଶିଳାନ୍ୟାସ ହୋଇଥିଲା । ଏହି ସମାବେଶରେ ନିର୍ବାହୀ ଅଧିକାରୀ ପ୍ରଦୀପ ସାହା, ୱାର୍ଡ଼ କାଉନସିଲର, ଯନ୍ତ୍ରୀ, କର୍ମଚାରୀ, ନିମନ୍ତ୍ରେୀତ ଅତିଥି ଓ ଜନସାଧାରଣ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *