Spread the love

ତାଳଚେର ମେଡିକାଲ୍ କଲେଜ୍ ପ୍ରସଙ୍ଗସଂଘର୍ଷ ସମିତି ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ତାଳଚେର, ୨୪/୦୪ ପବିତ୍ର ମୋହନ ମେଡିକାଲ୍ କଲେଜ୍ ତାଳଚେରରେ ଡାକ୍ତର ଏବଂ ଟିଚିଂ ଷ୍ଟାଫ୍ ଙ୍କୁ ନିଯୁକ୍ତି କରାଇ କଲେଜ୍ ର ଆନୁସଙ୍ଗିକ ବ୍ୟବସ୍ଥାକୁ ତୁରନ୍ତ ଆରମ୍ଭ କରାଯିବା ପାଇଁ ତାଳଚେର ମେଡିକାଲ୍ କଲେଜ୍ ସଂଘର୍ଷ ସମିତି ପକ୍ଷରୁ ଦାବୀପତ୍ର ପ୍ରଦାନ କରାଯାଇଛି । ୫୦୦ କୋଟି ଟଙ୍କା ଖର୍ଚ୍ଚରେ ମହାନଦୀ କୋଇଲା ନିଗମ ପବିତ୍ର ମୋହନ ମେଡିକାଲ୍ କଲେଜ୍ ଏବଂ ଆନୁସଙ୍ଗିକ ବ୍ୟବସ୍ଥା ତିଆରି କରିସାରିଛି । ଏମ୍‌.ବି.ବି.ଏସ୍‌. ପାଠ୍ୟକ୍ରମ ୨୦୨୧ ରୁ ଆରମ୍ଭ କରାଯିବାର ଯୋଜନା ଥିଲା କିନ୍ତୁ ପୂର୍ବ ବିଜେଡି ସରକାର ଅନେକ ଥର ପ୍ରତିଶୃତି ଦେବା ପରେ ମଧ୍ୟ ଏହି ମେଡିକାଲ୍ କଲେଜ୍ ଆରମଭ କରିବାର ସମୟସୀମା ଏ ପର୍ଯ୍ୟନ୍ତ ଜଣାନାହିଁ । ବର୍ତମାନ ବିଜେପି ସରକାରକୁ ଆସିବାର ଗୋଟିଏ ବର୍ଷ ପୂରଣ ହେବାକୁ ଯାଉଛି । କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତି ନେଉ ନାହାନ୍ତି । ଦୁର୍ଭାଗ୍ୟର କଥା ଯେଉଁ ଡାକ୍ତର ଏବଂ ଟିଚିଂ ଷ୍ଟାଫ୍ କୁ ଏହି କଲେଝ୍ ନିଯୁକ୍ତି ମିଳିଥାନ୍ତା ସେମାନେ ଅନୁଗୋଳ ଜିଲ୍ଲା ହସ୍‌ପିଟାଲ୍ ରେ କାମ କରିବା ପାଇଁ ବ୍ୟବସ୍ଥା କରାହୋଇଛି । ଏପରି ଅବ୍ୟବସ୍ଥା କାହିଁକି ? ଯେଉଁ କଲେଜ୍ ପ୍ରାଙ୍ଗଣରେ ୫୦୦ ବେଡ୍ ର ବ୍ୟବସ୍ଥା ଥିବା ସତ୍ୱେ ସରକାର ସେମାନଙ୍କୁ କାହିଁକି ଅନୁଗୋଳରେ କାର୍ଯ୍ୟ କରିବା ପାଇଁ ଅବସ୍ଥାପିତ କଲେ ବୋଲି ତାଳଚେର ମେଡିକାଲ୍ କଲେଜ୍ ସଂଘର୍ଷ ସମିତିର ଆବାହକ ଶରତ ଚନ୍ଦ୍ର ପ୍ରଧାନ ପ୍ରଶ୍ନ କରିଛନ୍ତି । ଏଥିରେ ସରକାରଙ୍କର କଣ ନିହିତ ଉଦ୍ଦେଶ୍ୟ ଅଛି ବୋଲି ଶ୍ରୀ ପ୍ରଧାନ ଅକ୍ଷେପ କରିଛନ୍ତି । ତାଳଚେର ମେଡିକାଲ୍ କଲେଜ୍ ସଂଘର୍ଷ ସମିତି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତାଳଚେର ଗସ୍ତ ବେଳେ ଏକ ଦାବୀ ପତ୍ରରେ ଏହି କଥା ଉଲ୍ଳେଖ କରି ୨୦୨୫-୨୬ ବର୍ଷରୁ ଏମ୍‌.ବି.ବି.ଏସ୍‌. ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ଅନୁରୋଧ କରିଛନ୍ତି । ଏହା ପୂର୍ବରୁ ଏହି ଅନୁଷ୍ଠାନ, ଘଂଟପଡା ଗ୍ରାମ କମିଟି, ଘଂଟପଡା ପଂଚାୟତ ସମିତି ତରଫରୁ ଅନୁଗୋଳ ଜିଲ୍ଲାପାଳ ଏବଂ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କୁ ଲିଖିତ ପତ୍ରରେ ଏହାର କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଥିଲେ । ଏହି ଦାବୀପତ୍ର ପ୍ରଦାନ ବେଳେ ଶରତ ଚନ୍ଦ୍ର ପ୍ରଧାନଙ୍କ ସହ ତାଳଚରେ ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର ସଭାପତି ପଦ୍ମ ଚରଣ ସାମଲ, ଘଂଟପଡା ଗ୍ରମା ପଂଚାୟତର ପୂର୍ବତନ ସରପଂଚ ସୁନିଲ୍ ବିଶ୍ୱାଳ, ବିପିନ ସାହୁ, ଆଇନଜୀବୀ ନଖିଆ ସାହୁ, ସନ୍ତୋଷ ଦାସ, ଗୋକୁଳ ସାହୁ, ଜିତୁ ଦାସ, ବିଜୟ ପ୍ରଧାନ, ବସନ୍ତ ସାହୁ, କାର୍ତିକ ସାହୁ, ଦୁର୍ଗା ଚରଣ ସାହୁ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିଗଣ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *