Spread the love

ତାଳଚେର ର ବିକାଶ ଓ ସମସ୍ୟା ନେଇ ଉପ ମୁଖ୍ୟମନ୍ତ୍ରୀ ଙ୍କୁ ଦାବୀ ପତ୍ର
ତାଳଚେର, ୦୪/୦୭ ତାଳଚେର ର ସାମଗ୍ରୀକ ବିକାଶ ଓ ବିଭିନ୍ନ ଉର୍ଣ୍ଣତି ମୂଳକ କାର୍ଯ୍ୟ ପାଇଁ ତାଳଚେର ପୌର ପରିଷଦ ର ନଗର ପାଳ ପବିତ୍ର ଭୂତିଆ ଓ ଅନୁଗୁଳ ଜିଲ୍ଲାର ବିଜେପି ସଭାପତି ଯଯାତୀ ପଟ୍ଟନାୟକ, ଢେ଼ଙ୍କାନାଳ ସାଂସଦ ଙ୍କ ପ୍ରତିନିଧି ଜିତେନ୍ଦ୍ର କୁମାର ଦାସ ପ୍ରମୁଖ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଙ୍କ ଅନୁଗୋଳ ଗ୍ରସ୍ଥ ସମୟରେ ସର୍କିଟ ହାଉସ ଠାରେ ଭେଟି ଦାବୀ ପତ୍ର ପ୍ରଦାନ କରିଛନ୍ତି। ବିଶେଷ କରି ତାଳଚେର ର ଅନେକ ପୁରାତନ ତଥା ରାଜା ରାଜୁଡା ଅମଳ ରୁ ପ୍ରତିଷ୍ଠା ଲାଭ କରିଥିବା ମନ୍ଦିର ଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ତନ ମଧ୍ୟରୁ ପଶ୍ଚିମେଶ୍ୱର ପୁରାତନ ଶୈବ ପୀଠ ଅନ୍ୟତମ ଏହାକୁ କିପରୀ ନୂତନ ରୁପ ଦେଇହେବା ସହ ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ସାଧାରଣ ଲୋକଙ୍କ ପାଇଁ କରାଯାଇ ପାରିବ ବୋଲି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡାଙ୍କୁ ଅବଗତ କରି ଦାବୀ ପତ୍ର ପ୍ରଦାନ କରିଛନ୍ତି। ଏଥି ସହିତ କଳା ସଂସ୍କୃତି ର ସହର ଭାବେ ତାଳଚେର ଜଣା ଶୁଣା ହୋଇଥିବା ବେଳେ ଏହାର ଅନେକ ମନ୍ଦୀର ଓ ପୁରତାନ କୀର୍ତ୍ତି ରାଜି ରହିଛି ସେଗୁଡିକ ର ରକ୍ଷଣା ବେକ୍ଷଣ ସହ ଉନ୍ନତି କରଣ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ପତ୍ରରେ ଉଲ୍ଲେଖ କରାଯାଇଛି। ତେବେ ଏହି ସବୁ ଦାବିଗୁଡିକୁ ସମ୍ପର୍କରେ ଅବଗତି ହୋଇ ଶ୍ରୀମତୀ ପରିଡା ଏହାର କାର୍ଯ୍ଯ କାରିତା ପାଇଁ ପଦକ୍ଷେପ ଗ୍ରହଣ କରିବେ ବୋଲି ସମ୍ମତି ପ୍ରଦାନ କରିଥିଲେ ଏବଂ ଦାବୀ ପତ୍ରକୁ ସ ହୃଦୟର ସହ ଗ୍ରହଣ କରିଥିବା ନଗର ପାଳ ଶ୍ରୀ ଭୂତିଆ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *