Spread the love

“ତିନି ସଙ୍ଗଠନ କଲେ ରାସ୍ତା ମରାମତି! ଲୋକହାସ୍ୟରେ ପ୍ରଶାସନ,ଚାରି ଆଡ଼େ ପ୍ରଶାସନ କୁ ଛି ଛି.?”

ବରଗଡ:୧/୯(ପବିତ୍ର ମେହେର) ବରଗଡ ସହର ଭଟଲି ଛକରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଭଟଲି, ଅମ୍ବାଭୋନା ତଥା ପଡ଼ୋଶୀ ଛତିଶଗଡ଼କୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତାର ବରଗଡ଼ ରାଣାପ୍ରତାପ ସ୍କୁଲ ପାଖ ଓଭରବ୍ରିଜ ତଳେ ଅନେକ ସ୍ଥାନରେ ଶୋଚନୀୟ ଅବସ୍ଥା ସୃଷ୍ଟି ହୋଇଥିଲା।ବର୍ଷା ସମୟରେ ପାଖାପାଖି ଦୁଇରୁ ତିନିଫୁଟ ପାଣି ଜମି ରହୁଥିଲା ।ଜନପ୍ରତିନିଧି ଏବଂ ପ୍ରଶାସନର ଦୃଷ୍ଟିରେ ପଡୁଥିବା ସତ୍ତ୍ବେ କେହି ଦୃଷ୍ଟି ଦେଇ ନ ଥିଲେ ଏବଂ ରାସ୍ତା ମରାମତି ହୋଇ ପାରି ନ ଥିଲା। ପ୍ରତ୍ୟେକ ଦିନ ଏଠାରେ ଛୋଟ ବଡ଼ ଦୁର୍ଘଟଣା ଘଟୁଥିଲା। ତେବେ ସୋମବାର ସକାଳୁ ବରଗଡ଼ ସଂଯୁକ୍ତ କୃଷକ ସଂଗଠନ, ସଂକଳ୍ପ ପରିବାର, କୋଶଳ ସେନା ସଂଗଠନ ସହିତ ସ୍ଥାନୀୟ ସ୍ବେଚ୍ଛାସେବୀ ଅର୍ଥ ଓ ଶ୍ରମଦାନ କରି ଉକ୍ତ ରାସ୍ତାର ମରାମତି କରିଥିଲେ।ଏହି ରାସ୍ତାର ମରାମତି କାର୍ଯ୍ୟ ଚାଲିଥିବା ସମୟରେ ସ୍ୱତଃସ୍ପୁର୍ତ୍ତ ଭାବରେ ଶତାଧିକ ଲୋକ ପହଞ୍ଚି ଏଥିରେ ସାମିଲ ହୋଇଥିଲେ। ଦୁଇ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଉକ୍ତ ରାସ୍ତାର ମରାମତି କାମ ସମ୍ପୂର୍ଣ୍ଣ ହୋଇଥିଲା।

Leave a Reply

Your email address will not be published. Required fields are marked *