Spread the love

ତିନି ସନ୍ତାନର ଜନ୍ମଦାତ୍ରୀଙ୍କ ହାତ ଧରିଲେ ଦିଅର

ବିଷୟ____ ଘଟଣାଟି ଘଟିଛି ଏପରି ଯେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଳକ ଅନ୍ତର୍ଗତ କୁମାର ଟଙ୍କା ଗାଁର ପୁରୁଷୋତ୍ତମ ସେଠୀଙ୍କ ବଡ଼ପୁଅ ସୁନିଲ ସେଠି ଭଲପାଇ ସେହି ଗାଁର କାଜଲ ସେଠୀଙ୍କୁ ବିବାହ କରିଥିଲେ ।ତାଙ୍କ ଓରସ୍ୟରୁ ତିନୋଟି ସନ୍ତାନ ଅଛି ।ବେଶ ହସଖୁସି୍ରେ ସେମାନଙ୍କ ସଂସାର ଚାଲିଥିଲା ।ଭଗବାନ ସେମାନଙ୍କ ସୁଖ ସହିଲେନାହି ।ଆକାଶରେ କଳାମେଘ ଆସିଲାପରି ଦେଢବର୍ଷ ତଳେ ସୁନିଲ କର୍କଟ ରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଗଲେ ।ମାତ୍ର ୨୫ ବର୍ଷ ବୟସରେ ସ୍ତ୍ରୀ କାଜଲ ବିଧବା ସାଜିଲେ ।ପିଲା ବାପ ଛେଉଣ୍ଡ ହେଲେ ।ଅଳ୍ପ ବୟସରୁ ବୋହୁ ବିଧବା ହେବାର ଦୁଃଖ ଶାଶୁ ଶାନ୍ତିଲତା ଓ ଶଶୁର ପୁରୁଷୋତ୍ତମ ଙ୍କୁ ଗଭୀର ଭାବେ ମର୍ମାହତ କଲା । ସେପଟେ ଓଡିଶା ବାହାରେ ରହୁଥିବା ସାନଭାଇ ଅନୀଲ ଘରକୁ ଆସିଲାପରେ ବାପ ଓ ମା ତାଙ୍କୁ ଘରର ବୋହୁ ଘରେ ରହୁ କହି ଭାଉଜ ସହ ବିବାହ କରିବା ପ୍ରସ୍ତାବ ଦେଇଥିଲେ । ପ୍ରଥମେ ପ୍ରଥମେ ଭାଉଜ ରାଜି ହେଉନଥିବା ବେଳେ ପରେ ହ ମାରିଥିଲେ ।ଏହା ପରେ ଅନୀଲ ମଧ୍ୟ ପ୍ରସ୍ତାବକୁ ଗ୍ରହଣ କରିଥିଲେ ।ଏହାପରେ ପରିବାର ଲୋକେ ଏକଥା ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ।ସେମାନେ ଏ ପ୍ରସ୍ତାବକୁ ସ୍ବାଗତ କରିଥିଲେ ।ଶେଷରେ ପରିବାର ଲୋକେ ,ଗ୍ରାମବାସି,ବନ୍ଧୁବାନ୍ଧବ ମିଳିମିଶି ଗାଁ ଜଗନ୍ନାଥ ମନ୍ଦିରରେ ବାହାଘର ହୋଇଥିଲା । ଭାଉଜ ମଥାରେ ସିନ୍ଦୁର ଦେଇ ପତ୍ନି ଭାବେ ଗ୍ରହଣ କରିଛନ୍ତି ଦିଅର ଅନିଲ ।ଏବେ ସାରା ଗାଁରେ ତାଙ୍କ ପ୍ରଶାସାରେ ଉଠୁଛି ପଡୁଛି ।

କେନ୍ଦ୍ରାପଡ଼ାରୁ ସରୋଜ ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *