Spread the love

*ତୃତୀୟ ଶ୍ରେଣୀ ବାର୍ଷିକ ବୃତ୍ତି ପରୀକ୍ଷା -୨୦୨୫ର ଫଳାଫଳ ପ୍ରକାଶିତ* *(ସଂଶ୍ରିତା ଖମାରୀ ଭଟଲି ବ୍ଲକରେ ପ୍ରଥମ , ଶୁଭେଚ୍ଛା ଜଣାଇଲେ ମାନ୍ୟବର ବିଧାୟକ ଇରାସିସ୍ ଆଚାର୍ଯ୍ୟ)*

ବରଗଡ:୬/୧/୨୦୨୬(ପବିତ୍ର ମେହେର) ଚଳିତ ବର୍ଷ ତୃତୀୟ ଶ୍ରେଣୀ ବାର୍ଷିକ ବୃତ୍ତି ପରୀକ୍ଷା -୨୦୨୫ର ଫଳାଫଳ ପ୍ରକାଶିତ ହୋଇଯାଇଛି।ଏଥିରେ ବରଗଡ଼ ଜିଲ୍ଲା ଅଧୀନସ୍ଥ ଭଟଲି ବ୍ଲକରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର କର୍ଲାଯୋରୀର ଛାତ୍ରୀ ସୁଶ୍ରୀ ସଂଶ୍ରିତା ଖମାରୀ ସଫଳତା ହାସଲ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି।ଚଳିତ ବର୍ଷ ତୃତୀୟ ଶ୍ରେଣୀ ବାର୍ଷିକ ବୃତ୍ତି ପରୀକ୍ଷାରେ ସଂଶ୍ରିତା ଭଟଲି ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ତାଙ୍କର ଏହି ସଫଳତା ପାଇଁ ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ,ଏଡିଇଓ ସରୋଜ କୁମାର ଭୁଏ,ଏଡିଇଓ ବିନୟ କୁମାର ସୋଏ, ଭଟଲି ବିଇଓ ଅମୃତା ସାହୁ ଶୁଭେଚ୍ଛା ଜଣାଇଛନ୍ତି।

ଏହି ଅବସରରେ କୃତୀ ଛାତ୍ରୀଙ୍କୁ ଶିଶୁ ବିଦ୍ୟା ମନ୍ଦିର କର୍ଲାଯୋରୀ ପକ୍ଷରୁ ପ୍ରଧାନ ଆଚାର୍ଯ୍ୟ ଅଜିତ ଖମାରୀ,ଗୁରୁଜୀ ନୈମିଶ କୁମାର ଭୋଇ,ଗୁରୁମା ଐର୍ଶ୍ଵୟା ଭୋଇ, ସୁଦୀପ୍ତା ବେହେରା,ପୂଜା ନାଏକ,ଗୁରୁମା ସୁଜାତା ସାହୁ , ଗୋପଲକ୍ଷ୍ମୀ ଥପା, କମଳିନୀ ପୋଢ଼,ଅନୁସୂୟା ପଧାନ,ମାନସୀ ମୁଦୁଲି, କଳ୍ପନା ପଧାନ,ଲିପସା ପଧାନ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଜିତେନ୍ଦ୍ରିୟ ଭୋଇଙ୍କ ସମେତ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ କୃତୀ ଛାତ୍ରୀ ସଂଶ୍ରିତାଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ।ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ ଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଉତ୍ତରୋତ୍ତର ମଙ୍ଗଳ କାମନା କରିଛନ୍ତି।ପ୍ରକାଶ ଥାଉ କି ସଂଶ୍ରିତା ଖମାରୀ କେଶାଇପାଲି ହାଇସ୍କୁଲର ବିଜ୍ଞାନ ଶିକ୍ଷୟିତ୍ରୀ ସୁଚିସ୍ମିତା ପଧାନ ଓ ଜନତା ହାଇସ୍କୁଲ ଭୁକ୍ତାର ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀଙ୍କ କନ୍ୟାସନ୍ତାନ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିରଞ୍ଚି ଖମାରୀଙ୍କ ନାତୁଣୀ ଅଟନ୍ତି।

Leave a Reply

Your email address will not be published. Required fields are marked *