Spread the love

ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ମିଶନ ଯୋଜନା ମାଧ୍ୟମରେ ବ୍ଳକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ

ବିଷୟ ____ ଆଜି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ତଳିହା ସ୍ଥିତ ରାମବାଗର ମା ଜାଗୁଳାଇ ମନ୍ଦିର ପରିସରରେ ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ମିଶନ ଯୋଜନା ମାଧ୍ୟମରେ ବ୍ଳକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କୃଷକ କୃଷ୍ଣ ଇ କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭାରେ ଅତିଥି ଭାବେ ଯୋଗଦେଇ ଥିଲେ ସେମାନେ ହେଲେ ଯାଜପୁର ଜିଲ୍ଲା ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ, ଦଶରଧପୁର ବ୍ଳକ କୃଷି ଅଧିକାରୀ, ଦଶରଧପୁର ଓ ବିଂଝାରପୁର ବ୍ଳକ ସହକାରୀ ଉଦ୍ୟାନ କୃଷି ଅଧିକାରୀ, ଦଶରଧପୁର ବ୍ଳକ ସହକାରୀ ମତ୍ସ୍ୟ ଅଧିକାରୀ, ଜିଲ୍ଲା ଏବଂ ବ୍ଳକ ର ସହକାରୀ ପ୍ରାଣୀ ଚିକିତ୍ସା ଅଧିକାରୀ, ଭୁବନେଶ୍ୱର ର ଦ୍ବାରା ଟ୍ରଷ୍ଠର ପ୍ରତିନିଧି। ଇଜାପୁର ସରପଞ୍ଚଙ୍କ ପ୍ରତିନିଧି ଅମିୟ ଜେନା ,ବିରଜାପୁର ସରପଞ ନିରାକାର ସାହୁ ପ୍ରମୁଖ ଯୋଗଦେଇ ଥିଲେ।ଦଶ ହଜାର ଏଫ ପିଓ ଗଠନର କେନ୍ଦ୍ରୀୟ କ୍ଷେତ୍ର ଜୋଯନା ଅଧିନରେ ଗଠିତ ଏଫପିଓ।ଡିଭାରା ଟ୍ରଷ୍ଟ ଦ୍ଵାରା ଗ୍ରାଉଣ୍ଡ କାର୍ଯ୍ୟକାରୀତା ଏବଂ ସହାୟତା ପ୍ରଦାନ କରାଯାଉଛି।ଏବଂ la _ sfac ଦ୍ବାରା ପ୍ରାପ୍ତ ସହାୟତା।୧୩୦ ରୁ ଅଧିକ ଅଂଶୀଦାର ସଦସ୍ୟ ଏହି ସଭାରେ ଅଂଶ ଗ୍ରହଣ କରିଥିଲେ।BOD ସଦସ୍ୟ ତଥା FPO ର ସିଇଓ ଏଫପିଓ ଆରମ୍ଭରୁ ଅଗ୍ରଗତି ଉପସ୍ଥାପନ କରିଥିଲେ। ବର୍ଷର ରିପୋର୍ଟ, ପରବର୍ତ୍ତୀ ଆର୍ଥିକ ବର୍ଷ ପାଇଁ ଯୋଜନା ଏବଂ ଅନ୍ୟାନ୍ୟ ଏଜେଣ୍ଡା କୁ ଅନ୍ତର୍ଭୁକ୍ତ କରିଥିଲେ। ଏଫପିଓ ଆଗ୍ରି ଇନପୁଟ ,ଆଉଟପୁଟ,ଆଗ୍ରି ଯନ୍ତ୍ରପାତି,ମୂଲ୍ୟ ଯୁକ୍ତ ଉପାଦ ଇତ୍ୟାଦିରେ କାର୍ଯ୍ୟ କରୁଛି । ଏଫପିଓ ବୟସ ୧୮ ମାସ ଏବଂ ୪୩୦ ଅଂଶୀଦାର ସଦସ୍ୟଙ୍କ ସହିତ କାମ କରେ ବୋଲି ବିକ୍ରମ କୁମାର ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *