Spread the love

ଦଧିବାମନ ମହାପ୍ରଭୁ ଙ୍କ ସ୍ନାନଯାତ୍ରା ସମ୍ପୂର୍ଣ୍ଣ


ଭଟଲି (ଅଭିମନ୍ୟୁ ପଧାନ ) :- ପଶ୍ଚିମ ଓଡ଼ିଶା ଶ୍ରୀକ୍ଷେତ୍ର ଭଟଲିରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପରମ୍ପରା କ୍ରମେ ମହା ମହାପ୍ରଭୁ ଶ୍ରୀ ଦଧୂବାମନ ସ୍ଵାମୀଙ୍କ ମହା ସ୍ନାନ ପୂର୍ଣ୍ଣିମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି । ଏହି ଅବସରରେ ପ୍ରତ୍ୟୁଷରୁ ମନ୍ଦିର ସେବକଙ୍କ ଦ୍ବାରା ଶୁଭ ଶଙ୍ଖ ନାଦ କରି ମହାପ୍ରଭୁଙ୍କ ପହଡଭଙ୍ଗ ନୀତି, ଦ୍ବାର ଫିଟା ନୀତି, ମଙ୍ଗଳ ପ୍ରଦୀପ, ଅଖଣ୍ଡ ଦୀପ ପ୍ରଜ୍ଜ୍ଵଳନ, ସୂର୍ଯ୍ୟ ପୂଜା, ଅବକାଶ ନୀତି ପରେ ବେଶ ପରିବର୍ତ୍ତନ, ଗୋପାଳ ବଲ୍ଲଭ ଭୋଗ ଲାଗି ହେବା ପରେ ପୂର୍ବାହ୍ନ ୧୦ ଟା ସମୟ ରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ର ପୂଜାବିଧ୍ ଆରମ୍ଭ ହୋଇଥିଲା l ମନ୍ଦିର ପରିସର ରେ ଥୂବା ସ୍ନାନ ମଣ୍ଡପକୁ ମହାପ୍ରଭୁ ବିଜେ କରିବା ପରେ ବିଭିନ୍ନ ତୀର୍ଥ କ୍ଷେତ୍ରରୁ ସଂଗୃହୀତ ୧୦୮ କଳସ ଜଳ ତଥା ଚକ୍ର ପୁଷ୍କରିଣୀର ପବିତ୍ର ଜଳ ଅଭିମନ୍ତ୍ରିତ କରାଯାଇ ମହାପ୍ରଭୁଙ୍କୁ ସ୍ନାନ କରାଯାଇଥିଲା l ସନ୍ଧ୍ୟାରେ ଶ୍ରୀ ଦଧୂବାମନ ସ୍ଵାମୀ ଗଜାନନ ବା ହାତୀ ବେ ବେଶ ଅନୁଷ୍ଠିତ ହେବ। ସମସ୍ତ ପୂଜା ବିଧୂ ସରିବା ପରେ ମହାପ୍ରଭୁ ଦକ୍ଷିଣାମୁଖୀ ହୋଇ ଅଣସର ପିଣ୍ଡିକୁ ଯିବା ସମୟରେ ବିଭୀଷଣଙ୍କ ଦ୍ଵାରା ଏକ ବିଶେଷ ବନ୍ଦାପନାର ଶାସ୍ତ୍ରୀୟ ବିଧୂ ରହିଛି। ଏହି ବନ୍ଦାପନା ପରେ ଶ୍ରୀ ଦଧୂବାମନ ସ୍ଵାମୀଙ୍କ ଅଣସର ନୀତି ଆରମ୍ଭ ହେବ ବୋଲି ମନ୍ଦିର ପୂଜକ ଗୌରଚନ୍ଦ୍ର ରଥ ସୂଚନା ଦେଇଛନ୍ତି। ଏହି ଅଲୌକିକ ବେଶକୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁମାନଙ୍କ ପ୍ରବଳ ଜନସମାଗମ ହେଉଥ‌ିବାରୁ ପ୍ରତିବର୍ଷ ଭଳି ବ୍ୟାପକ ପ୍ରସ୍ତୁତି କରାଯାଇଥିବା ମନ୍ଦିର ପରିଚାଳନା କମିଟି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *