Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଦାନଗଦି ସି ଏଚ ସି କରୋନା ଟୀକାକରଣ ଆରମ୍ଭ

(ଜେ ବି ଏନ /ସରୋଜ କୁମାର ସାହୁ) ୨୪/୦୧ /୨୦୨୧ ଯାଜପୁର /ଦାନଗଦି : ଆଜି ପ୍ରଥମଥର ପାଇଁ ଯାଜପୁର ଜିଲ୍ଲା ଅନ୍ତର୍ଗତ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ କରୋନା ପାଇଁ ଆରମ୍ଭ ହୋଇଛି ଟିକାକରଣ ପ୍ରକିୟା । ସ୍ଥାନୀୟ ବିଧାୟୀକ ସୁକିନ୍ଦା ର ଇ ପ୍ରୀତି ରଞ୍ଜନ ଘଡାଇ , ସ୍ଥାନୀୟ ତହସିଲଦାର ନମ୍ରତା ମୋଦି ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଧାଂଶୁ ଶେଖର ବଳ ଓ ଦାନଗଦି ମେଡିକାଲ ଅଫିସର ଡାକ୍ତର ମଳୟ କୁ ମାର ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ଡ଼ାକ୍ତର ଓ ସହକର୍ମୀ ମାନେ ଉପସ୍ଥିତ ରହି ଥିଲେ।

 

ଏହାର ସୁପରିଚାଳନା ନିମନ୍ତେ ୬ ଜଣିଆ ନିରୀକ୍ଷକ ଟିମ୍ ଉପସ୍ଥିତ ରହି ଅନୁଧ୍ୟାନ କରୁଛନ୍ତି। ଏହି କେନ୍ଦ୍ର ରେ ଆଜି ଗୋଟିଏ ଦିନରେ ୧୦୦ଜଣ  ଙ୍କୁ ତଥା ଡାକ୍ତର ,ନର୍ସ, ସ୍ଵାସ୍ଥ୍ୟ କର୍ମୀ , ଆଶାକର୍ମୀ,ଓ ସଫେଇ କର୍ମଚାରୀମାନଙ୍କୁ କରୋନା ଟିକା ଦେବାକୁ ବ୍ୟବସ୍ଥା କରାଯାଇଛି। ଆସନ୍ତା ୧୦ ଦିନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଟିକା କରଣ ସାରିବାକୁ ଲକ୍ଷ ଧାର୍ଯ୍ୟ କରାଯାଇଛି। ବର୍ତ୍ତମାନ ସୁଦ୍ଧା କୈାଣସି ବି ସ୍ଵାସ୍ଥ୍ୟ କମୀ ଙ୍କର କୈାଣସି ପାଶୂପ୍ରକ୍ରିୟା ଦେଖାଯାଇ ନାହିଁ। ଏହି ଟିକା କେନ୍ଦ୍ର ରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।