Spread the love

ଦିବ୍ୟାଙ୍ଗ ଶରତ ସାହୁ ଙ୍କୁ ଟ୍ରାଇ ସାଇକେଲ ପ୍ରଦାନ

ଜଗତସିଂହପୁର
ତା =22/8/23ଜଗତସିଂହପୁର ବ୍ଲକ ମଧୁସୂଦନପୁର ପଞ୍ଚାୟତ କେନ୍ଦାଳ ଗ୍ରାମର ଦିବ୍ୟାଙ୍ଗ ଶରତ ସାହୁ ( ୬୦) ଙ୍କୁ ଜଗତସିଂହପୁର ବ୍ଲକ ପ୍ରଶାସନ ପକ୍ଷରୁ ଏକ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଛି। ଶରତ ଜନ୍ମରୁ ପୋଲିଓ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ବେଶ୍ କଷ୍ଟରେ ଚଳି ଆସୁଥିବାରୁ ସେ ନିଜ ଗାଁ ଛକରେ ଏକ ପାନ ଦୋକାନ କରି ପେଟ ପୋଷୁଥିଲେ । ଏବେ ଦୋକାନ ଟି ଅଚଳ ହୋଇ ପଡ଼ିଛି। ଦୁଇ ଗୋଡ଼ ବଙ୍କା। ଗୋଟିଏ ଜାଗାରେ ବସି ରୁହନ୍ତି ଶରତ । ଏହି ଖବର ପାଇ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଶୀର୍ବାଦ ସେବା ସଂଗଠନ ସଭାପତି ଜଗନ୍ନାଥ ବେହେରା ତାଙ୍କର ଏହି ଅବସ୍ଥା ଦେଖି ଏକ ଟ୍ରାଇ ସାଇକେଲ ପାଇଁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଦୁଷ୍ଟି ଆକର୍ଷଣ କରିଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁନିଲ୍ କୁମାର ନାୟକଙ୍କ ନିର୍ଦ୍ଦେଶକ୍ରମେ ଜଗତସିଂହପୁର ବ୍ଲକ ପକ୍ଷରୁ ବିଡ଼ିଓ ଦେବାଶିଷ ରାଉତ ବ୍ଲକ ଅଧ୍ୟକ୍ଷା କନକପ୍ରଭା ଲେଙ୍କା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରୂପରେଖା ସାହୁ ଶରତ ସାହୁ ଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରିଥିଲେ। ଟ୍ରାଇ ସାଇକେଲ ପ୍ରଦାନ କରାଯିବା ସମୟରେ ସଂଗଠନର ସଭାପତି ଶ୍ରୀ ବେହେରା ଙ୍କ ସମେତ ନିରୁପମା ପରିଡ଼ା ରଶ୍ମୀ ରଞ୍ଜନ ମହାନ୍ତି ପ୍ରମିଳା ମଣ୍ଡଳ ସନ୍ତୋଷ କରଣ ବିଜେଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *