Spread the love

ଦୀର୍ଘ ଦେଢବର୍ଷ ପରେ ଉଦ୍ଧାର ହେଲେ ୬୫ ବର୍ଷୀୟ ବୃଦ୍ଧା

ହିନ୍ଦୋଳ – ଆଜି ୧୭ ମାର୍ଚ୍ଚ ସୋମବାର ରାସୋଳ ଶ୍ରଦ୍ଧାଶକ୍ତି ସେବା ସଂସ୍ଥାନ ଜନ ମଙ୍ଗଳ ଦ୍ଵାରା ପ୍ରାୟ ୬୫ ବର୍ଷୀୟ ଏକ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇ ଢେ଼ଙ୍କାନାଳ ଜିଲ୍ଲା ସଖି ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି ।ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ କାନ୍ଦରାଶୁଣି ଆଦର୍ଶ ବିଦ୍ୟାଳୟ ନିକଟସ୍ଥ ହାତୀ ପ୍ରବଣ ଜଙ୍ଗଲ ନିକଟରେ ନୁଆକୋଟ ନିବାସୀ କାଇଁଚ ବେହେରା ନାମକ ୬୫ ବର୍ଷୀୟ ବୃଦ୍ଧା ଏକାକୀ ଅସହାୟ ଅବସ୍ଥାରେ ପ୍ରାୟ ଦେଢ଼ ବର୍ଷ ହେବ ଏକାକୀ ଖୋଲା ଆକାଶ ତଳେ ରହି ଆସୁଥିଲେ ।ସେଠିକାର କିଛି ପାଖ ପାଖି ଲୋକ କିଛି ଦେଲେ ସେ ଖାଆନ୍ତି ନଚେତ୍ ଉପାସ ରହନ୍ତି ବୋଲି ଜଣାଯାଇଛି ।ବୃଦ୍ଧାଙ୍କର୍ ଆଧାର କାର୍ଡ ଥିବା ସହିତ ରାସନ୍ କାର୍ଡ ଥିବା ମଧ୍ୟ ଶୁଣିବାକୁ ମିଳିଛି ।ତେବେ କେଉଁ କାରଣରୁ କେବେ ଠୁ ସେଠି ଅସହାୟ ଅବସ୍ଥାରେ ଅଛନ୍ତି ତାହା ତଦନ୍ତ ସାପେକ୍ଷ । କାନ୍ଦରାଶୁଣିର କିଛି ଲୋକ ,ନରସିଂହପୁର ଅଞ୍ଚଳର ତପନ କୁମାର ମହାନ୍ତି ଏବଂ ନରସିଂହପୁର କାନପୁର ଅଞ୍ଚଳର ପ୍ରେରଣା ଫାଉଣ୍ଡେସନ ର ପ୍ରତିଷ୍ଠାତା ଙ୍କ ଉଦ୍ୟମରେ ରାସୋଳ ଶ୍ରଦ୍ଧାଶକ୍ତି ସେବା ସଂସ୍ଥାନ ପ୍ରତିଷ୍ଠାତା ବିଭୁପ୍ରସାଦ ଶତପଥୀ ଓ ଉପ ସଭାନେତ୍ରୀ ପ୍ରତିମା ପାଳକୁ ଜଣାଇବା ପରେ ଶ୍ରୀଯୁକ୍ତ ଶତପଥୀ ଓ ପ୍ରତିମା ପାଳ ତାଙ୍କୁ ଖୋଲା ଆକାଶ ହାତୀ ପ୍ରବଣ ଅଞ୍ଚଳରୁ ଉଦ୍ଧାର କରିଛନ୍ତି ।ସେ ଉକ୍ତ ବୃଦ୍ଧାଂକୁ ଢେ଼ଙ୍କାନାଳ ସଖି ସେଣ୍ଟର ଉତ୍ତମ ସ୍ବାସ୍ଥ୍ୟ ଓ ରକ୍ଷଣାବେକ୍ଷଣ ପାଇଁ ସ୍ଥାନାନ୍ତର କରାଯାଇଛି ବୋଲି ଜଣାଇଛନ୍ତି ।ତେବେ ଆଧାର କାର୍ଡ ଓ ରାସନ କାର୍ଡ ଥିବା ୬୫ ବର୍ଷୀୟ ବୃଦ୍ଧା କାହିଁକି ଅସହାୟ ପୁଣି ଗାଆଁ ଠାରୁ ଏତେ ଦୂରରେ ବିପଦ ଅବସ୍ଥାରେ ତାହା ତଦନ୍ତ ସାପେକ୍ଷ ବୋଲି ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *