Mixed China and India flag, three dimensional render, illustration
Spread the love

ନୁଆଦିଲ୍ଲୀ: ଆଜିଠାରୁ ଭାରତ ଏବଂ ଚୀନ୍ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ଇଣ୍ଡିଗୋ ବିମାନଟି କୋଲକାତାରୁ ଉଡାଣ ଆରମ୍ଭ କରି ଗୁଆଙ୍ଗଝୋଉ ଯିବ। ନଭେମ୍ବର ୧୦ ତାରିଖରୁ ଦିଲ୍ଲୀ-ଗୁଆଙ୍ଗଝୋଉ ମଧ୍ୟରେ ପରଇ ଉଡାଣ ଆରମ୍ଭ ହେବ। ନଭେମ୍ବର ୯ ତାରିଖରୁ ସାଂଘାଇ ନୂଆଦିଲ୍ଲୀ ମଧ୍ୟରେ ବିମାନ ସେବା ଆରମ୍ଭ ହେବ। ଚୀନ୍ ଏୟାର ଲାଇନ୍ସର ଚାଇନା ଇଷ୍ଟର୍ଣ୍ଣ ଏହି ବିମାନ ସେବା ଆରମ୍ଭ କରିବ।

ଚୀନ୍ ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ ୟିଙ୍କ ଙ୍କ ନୂଆଦିଲ୍ଲୀ ଗସ୍ତ ପରେ ଗତ ମାସରେ ସିଧାସଳଖ ବିମାନ ଉଡାଣ ପୁନଃ ଆରମ୍ଭ କରିବାର ପ୍ରଥମ ଘୋଷଣା କରାଯାଇଥିଲା। ଗତବର୍ଷଠାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଉନ୍ନତି ଆସିଛି। ଭାରତ ଏବଂ ଚୀନ୍ ମଧ୍ୟରେ ଆଦାନପ୍ରଦାନକୁ ସ୍ଵାଭାବିକ କରିବା ଦିଗରେ ସିଧାସଳଖ ବିମାନ ଚଳାଚଳ ପୁନଃ ଆରମ୍ଭ ଏକ ପ୍ରମୁଖ ପଦକ୍ଷେପ। ଏହା ବାଣିଜ୍ୟ ଏବଂ ଯାତ୍ରା ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ କରିବାରେ ସହାୟକ ହେବ।

Leave a Reply

Your email address will not be published. Required fields are marked *