Spread the love

ଦୁନ୍ଦେଲମାଲ୍ ଧାନ ମଣ୍ଡି ଠାରେ ଚାଷୀ କମିଟି ଗଠିତ

ଜୁନାଗଡ, ୧୩/୧୧/୨୬ (ବାଲେଶ୍ୱର ସୁନାନୀ, ଜାଗ୍ରତ ଭାରତ ) କଳାହାଣ୍ଡି କୃଷିଜିବୀ କଲ୍ୟାଣ ସଂଘର ଗାଁ କୁ ଚାଲ ଅଭିଯାନ ଦ୍ୱାରା ଜୁନାଗଡ ବ୍ଲକ୍ ସ୍ଥିତ ଦୁନ୍ଦେଲମାଲ୍ ଧାନ ମଣ୍ଡି ଠାରେ ଦୁନ୍ଦେଲମାଲ୍, ଦେଦର ଓ ଚାରଭାଟି ପ୍ରଭୁତି ତିନୋଟି ଗ୍ରାମ ପଂଚାୟତର ଚାଷୀ କମିଟି ଗଠନ ହୋଇ ଯାଇଛି। ଉକ୍ତ ବୈଠକରେ ତିନୋଟି ଗ୍ରାମ ପଂଚାୟତ ଓ ଜିଲ୍ଲା କମିଟି ସମେତ ଶତାଧିକ ଚାଷୀ ଭାଇ ଭଉଣୀଙ୍କ ଉପସ୍ଥିତରେ ଏକ ସଭା ଅନୁଷ୍ଠିତ ହୋଇଥିଲା, ଉକ୍ତ ସଭାରେ କୃଷିଜିବୀ କଲ୍ୟାଣ ସଂଘର ର ସଭାପତି ଶ୍ରୀଯୁକ୍ତ ଲକ୍ଷ୍ମଣ ରଣବୀର ସଭାପତିତ୍ୱ କରିଥିଲେ। କଳାହାଣ୍ଡି କୃଷିଜିବୀ କଲ୍ୟାଣ ସଂଘର ଆବାହକ ତଥା ବରିଷ୍ଠ ସମାଜସେବୀ ଡ଼ା. ବିଶ୍ୱନାଥ କର ସଭା ପରିଚାଳନା କରି ସଂଗଠନକୁ ଗ୍ରାମାଭିମୁଖୀ ଓ ସଶକ୍ତୀ କରଣ ଉପରେ ଗୁରୁତ୍ୱ ଦେଇ ସମଗ୍ର ଜିଲ୍ଲାରେ ଗ୍ରାମ୍ୟ ଚାଷୀ କମିଟି, ପଂଚାୟତ ସ୍ତରୀୟ ଚାଷୀ କମିଟି ଓ ବ୍ଲକ୍ ସ୍ତରୀୟ ଚାଷୀ ଗମିଟି ଗଠନ ଉପରେ ପୁଙ୍ଖାନପୁଙ୍ଖ ଆଲୋଚନା କଲା ପରେ ଅଦ୍ୟ ସଭାରେ ସମସ୍ତ ଚାଷୀଙ୍କ ସହମତି ରେ ଏହି ତିନୋଟି ପଂଚାୟତର ଚାଷୀ କମିଟି ଗଠନ ହୋଇଥିଲା। ଦୁନ୍ଦେଲମାଲ୍ ଗ୍ରାମ ପଂଚାୟତରୁ ଶ୍ରୀଯୁକ୍ତ ସନ୍ତୋଷ ରାଉତ ସଭାପତି ଓ ଶ୍ରୀଯୁକ୍ତ ଯୋଗୀନ୍ଦ୍ର ମାଝୀ ସମ୍ପାଦକ, ଦେଦର ଗ୍ରାମ ପଂଚାୟତ ରୁ ସଭାପତି ରୂପେ ଶ୍ରୀଯୁକ୍ତ ମୀନକେତନ ମାଝୀ, ଏବଂ ସମ୍ପାଦକ ରୂପେ ଶ୍ରୀଯୁକ୍ତ ମହେନ୍ଦ୍ର ମାଝୀ ଓ ଚାରଭାଟି ଗ୍ରାମ ପଂଚାୟତ ରୁ ସଭାପତି ରୂପେ ଅର୍ଜୁନ ମାଝୀ, ସମ୍ପାଦକ ରୂପେ କାହୁଁ ମାଝୀ ଓ କୋଷାଧକ୍ଷ ରୂପେ ଘାସିରାମ ନାଏକ ସର୍ବ ସମ୍ମତ୍ତି ରୂପେ ଚୟନ ହୋଇ ସମସ୍ତ ନେତ୍ରୁ ମଣ୍ଡଳୀଙ୍କ ଗହଣରେ ଶପଥ ଗ୍ରହଣ କରିଥିଲେ। ଆଗାମୀ ଦିନରେ ଚାଷୀ ସଂଗଠନ କୁ ଗ୍ରାମାଭିମୁଖୀ କରି ଚାଷୀଙ୍କ ହକ୍ ଓ ଅଧିକାରକୁ ବଜାୟ ରଖିବାକୁ ଉପସ୍ଥିତ ଚାଷୀମାନେ ବକ୍ତବ୍ୟରେ ପ୍ରକାଶ କରି ମଣ୍ଡିରେ ଧାନ ବିକିବା ପାଇଁ ସରକାରଙ୍କ ଏଗ୍ରୀଷ୍ଟିକ ନିୟମକୁ ବିରୋଧ, ରାସାୟନିକ ସାର ଓ କୀଟନାଶକ ଔଷଧର ଆଶାତୀତ ଦର ବୃଦ୍ଧିକୁ ବିରୋଧ, ଧାନ କିଣା ରେ ଦଲାଲି ରୋକିବା, କଟନି ଛଟନି ବନ୍ଦ୍ କରିବା, ବସ୍ତା ବାବଦରେ ଏକ କେଜି ଧାନରୁ ଅଧିକ ଧାନ ଦଲାଲ ମାନେ ଚାଷୀଙ୍କ ଠୁ ନେବା ବନ୍ଦ୍ କରିବା ଓ ନିର୍ଦ୍ଧିଷ୍ଟ ସମୟରେ ସମସ୍ତ ଚାଷୀଙ୍କ ଧାନକୁ ତୁରନ୍ତ କିଣି ୨୪ ଘଣ୍ଟା ମଧ୍ୟରେ ଚାଷୀଙ୍କ ଖାତା ରେ ପଇସା ଜମା କରିବାକୁ ଉପସ୍ଥିତ ସମସ୍ତ ଚାଷୀ ବୃନ୍ଦ ନିଜ ନିଜ ମନ୍ତବ୍ୟ ପ୍ରଦାନ କରିଥିଲେ। ଉକ୍ତ ବୈଠକରେ ଦାମୋଦର ବେହେରା, ହରେକୃଷ୍ଣ ମାଝୀ, କୃପାସିନ୍ଧୁ ମାଝୀ, କାର୍ତ୍ତିକେଶ୍ୱର ବାଗ, ଲକ୍ଷ୍ମଣ ଭୋଇ, ସୁରେଶ ଚନ୍ଦ୍ର ବାରିକ ରାଜାରାମ ଡଙ୍ଗରି, ହରି ନାଏକ, ଉଜ୍ଜଳ ବେମାଲ, ସୁବାସ ପାନ୍, ପ୍ରମୁଖ ଚାଷୀନେତା ନିଜ ନିଜ ମନ୍ତବ୍ୟ ପ୍ରଦାନ କରିଥିଲେ। ଉକ୍ତ ବୈଠକରେ ଶ୍ରୀଯୁକ୍ତ ହରେକୃଷ୍ଣ ମାଝୀ ସ୍ୱାଗତ ଅଭିଭାଷଣ ପ୍ରଦାନ ଓ କୃପାସିନ୍ଧୁ ମାଝୀ ଧନ୍ୟବାଦ ଜ୍ଞାପନ କରିଥିଲେ।

Leave a Reply

Your email address will not be published. Required fields are marked *