Spread the love

ଦୁର୍ଘଟଣା ଗ୍ରସ୍ତଙ୍କ ଜୀବନ ରକ୍ଷା କରି ପୁରସ୍କୃତ ହେଲେ ଗୁଡ଼ ସମରିଟାନ

ଢେଙ୍କାନାଳ ଟା ୧୯/୦୯/୨୦୨୩
ଜିଲ୍ଲାରେ ବିଭିନ୍ନ ରାସ୍ତା ଦୁର୍ଘଟଣାରେ ଗୁରୁତରଙ୍କ ଜୀବନ ରକ୍ଷା କରିଥିବାରୁ ଆଜି ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଏବଂ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର ୪ ଜଣ ଗୁଡ୍ ସମରିଟାନଙ୍କୁ ପୁରସ୍କୃତ କରି ଧନ୍ୟବାଦ ଅର୍ପଣ କରିଛନ୍ତି । ପରଜଙ୍ଗ ବ୍ଲକର ବାରିହାପୁର ଛକ ଠାରେ ଦୁର୍ଘଟଣା ଗ୍ରସ୍ତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବିହିତ ବ୍ୟବସ୍ଥା କରିଥିବାରୁ ଶ୍ରୀ ସୁବ୍ରତ କୁମାର ସାହୁ ଏବଂ ଶ୍ରୀ ବିକାଶ ବେହେରଙ୍କୁ ଏବଂ ଜାତୀୟ ରାଜପଥ ୫୫ ର ଅସନବାହାଳ ନିକଟସ୍ଥ ଟାଟା ଷ୍ଟିଲ ମ୍ୟାଟେରିଆଲ ଗେଟଠାରେ ଦୁର୍ଘଟଣା ଗ୍ରସ୍ତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବିହିତ ବ୍ୟବସ୍ଥା କରିଥିବାରୁ ଶ୍ରୀ ହେମନ୍ତ ସାହୁଙ୍କୁ ଏବଂ ପରଜଙ୍ଗର ଜଟିଆ ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟ ଠାରେ ଦୁର୍ଘଟଣା ଗ୍ରସ୍ତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବିହିତ ବ୍ୟବସ୍ଥା କରିଥିବାରୁ ଶ୍ରୀ ପ୍ରେମାନନ୍ଦ ସାହୁଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରମାଣ ପତ୍ର ସହିତ ୨ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଛି । ଏହି ଅବସରରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପ୍ରଣୟ କୁମାର ମିଶ୍ର ସମସ୍ତ ଗୁଡ଼ ସମରିଟାନଙ୍କୁ ସାଧୁବାଦ ଜଣାଇଥିଲେ । କୌଣସି ପ୍ରକାରର ଆଶଙ୍କା ଓ ଭୟ ନ କରି ଦୁର୍ଘଟଣା ଗ୍ରସ୍ତଙ୍କୁ ଉଦ୍ଧାର କରି ସେମାନଙ୍କ ଜୀବନ ରକ୍ଷାରେ ଆଗେଇ ଆସିବାକୁ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଏବଂ ଆଞ୍ଚଳିକ ପରିବହନ ଅଧିକାରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *