Spread the love

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣକୁ ନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ । ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ରାଜଧାନୀ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ଭାଷଣ ଦେବା ସମୟରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦେଖାଦେଇଥିବା ଜନଭାବନାକୁ ଉଲ୍ଲେଖ କରି ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଦେଶର ଜନତା ଯାହା ଚାହିଁବେ ତାହା ହେବ।

ଭାରତର ସୀମାକୁ ସୁରକ୍ଷା ଦେବା ମୋର ଦାୟିତ୍ୱ। ଯେଉଁମାନେ ଦେଶ ଉପରେ ଆଖି ଉଠାଇବେ, ସେମାନଙ୍କୁ ଉଚିତ ଜବାବ ଦିଆଯିବ। ଏହା ଥିଲା ପାକିସ୍ତାନକୁ ରାଜନାଥ ସିଂଙ୍କ କଡ଼ା ଚେତାବନୀ।ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଂସ୍କୃତି ଜାଗରଣ ମହୋତ୍ସବକୁ ସମ୍ବୋଧିତ କରି କହିଥିଲେ, ଆପଣମାନେ ସମସ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟଶୈଳୀ ଏବଂ ନିଷ୍ଠା ସହିତ ପରିଚିତ । ଆପଣମାନେ ତାଙ୍କର ଦକ୍ଷତା ଏବଂ ଦୃଢ ପ୍ରତିଜ୍ଞା ବିଷୟରେ ମଧ୍ୟ ଭଲ ଭାବରେ ଜାଣନ୍ତି। ମୁଁ ଆପଣଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ, ‘ଆପଣ ଯେପରି ଚାହୁଁଛନ୍ତି ସେହିପରି ହେବ।’ସେ ଆହୁରି ମଧ୍ୟ କହିଥିଲେ ଯେ, ଭାରତର ଶକ୍ତି କେବଳ ଏହାର ସଶସ୍ତ୍ର ବାହିନୀରେ ନାହିଁ, ଏହାର ସଂସ୍କୃତି ଏବଂ ଆଧ୍ୟାତ୍ମିକତାରେ ମଧ୍ୟ ରହିଛି।୨୨ ଏପ୍ରିଲରେ ଜମ୍ମୁ-କାଶ୍ମୀରର ପହଲଗାମର ବୈସାରନ ଘାଟିରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ପ୍ରାୟ ୧୭ ଜଣ ଆହତ ହୋଇଥିଲେ। ଏହି ଆତଙ୍କବାଦୀ ଆକ୍ରମଣ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିଥିଲା।

Leave a Reply

Your email address will not be published. Required fields are marked *