ଭୁବନେଶ୍ବର: ଦେଶାନ୍ତର ହେବେ ଜଗତସିଂହପୁରରୁ ଚିହ୍ନଟ ହୋଇଥିବା ବାଂଲାଦେଶୀ। ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ତଥ୍ୟ ଜାରି କଲେ ରାଜ୍ୟ ସରକାର। ସୂଚନା ଅନୁଯାୟୀ, ୨୧୦୯ ସନ୍ଦିଗ୍ଧଙ୍କୁ ଯାଞ୍ଚ କରାଯାଇଛି, ୨୦୨୫ ଜଣ ଭାରତୀୟ ଚିହ୍ନଟ ହୋଇଛନ୍ତି। ଆଉ ୧୩ ଜଣଙ୍କ ପରିଚୟ ପତ୍ର ଯାଞ୍ଚ ଚାଲିଛି। ୭୧ ଜଣଙ୍କୁ ଅବୈଧ ବାଂଲାଦେଶୀ ଭାବେ ଚିହ୍ନଟ କରାଯାଇଛି। ଭୁବନେଶ୍ୱରରେ ସର୍ବାଧିକ ୨୪, କଟକରେ ୧୫, ବ୍ରହ୍ମପୁରରେ ୬ ଚିହ୍ନଟ ହୋଇଥିବା ସୂଚନା। ୨ ବାଂଲାଦେଶୀ ଅନୁପ୍ରବେଶକାରୀ ନିଜ ନାଁରେ ଭାରତୀୟ ପାସ୍ପୋର୍ଟ କରିଛନ୍ତି।
