Spread the love

ଦ୍ବିତୀୟ ଦିନରେ ଡ଼ିମଲ୍ୟାଣ୍ଡ କ୍ରୀଡ଼ା ଓ ସାଂସ୍କୃତିକ କ୍ଲବର ରୈପ୍ୟ ଜୟନ୍ତୀ ପାଳନ

ଯାଜପୁର __ ଯାଜପୁର ଜିଲ୍ଲା ଦଶରଧପୁର ବ୍ଳକ୍ ଅନ୍ତର୍ଗତ ଖଣ୍ଡରା ପଞ୍ଚାୟତର ଇନ୍ଦାଶ ଠାରେ ଥିବା ଡ଼ିମଲ୍ୟାଣ୍ଡ କ୍ରୀଡ଼ା ଓ ସାଂସ୍କୃତିକ କ୍ଲବର ଦ୍ବିତୀୟ ଦିନରେ ରୈପ୍ୟ ଜୟନ୍ତୀ ପାଳନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତିତ୍ବ କରିଥିଲେ ପ୍ରାଧ୍ୟାପକ ପ୍ରସନ୍ନ ରାଉତ। ଅତିଥି ଭାବେ ଯୋଗଦେଇ ଥିଲେ ସେମାନେ ହେଲେ ଜିଲ୍ଲା ଲେଖକ ସଂଘର ସଭାପତି ରୁଦ୍ରନାରାୟଣ ପୃଷ୍ଟି, ଗୋକର୍ଣିକା ସାହିତ୍ୟ ସଂସଦର ସଭାପତି ଓ ବରିଷ୍ଠ କବି ରମାକାନ୍ତ ଯେନା, ଅଖିଳଚକ୍ର ଯାଜପୁରର ସାଧାରଣ ସଂପାଦକ ହରେକୃଷ୍ଣ ପଣ୍ଡା, ସରପଞ୍ଚ କୁଞ ବିହାରୀ ଦାସ, ସମିତି ସଭ୍ୟ ରମାକାନ୍ତ ସେଠୀ, ସମାଜସେବୀ ଜିତେନ୍ଦ୍ର ପ୍ରଧାନ, ଡଃ ଶ୍ରୀହରି ଧଳ,ଗୈରାଙ୍ଗ ସ୍ବାଇଁ ପ୍ରମୁଖ ଯୋଗଦେଇ ଥିଲେ। ଏହି ଅବସରରେ ସମାଜରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲଭିଥିବା ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଓଡ଼ିଆଚଳଚ୍ଚିତ୍ର ଜଗତର ଅଭିନେତ୍ରୀ ରିୟା ଯୋଗଦେଇ
ଦର୍ଶକ ମାନଙ୍କୁ ଅଭିନୟ କରି ବିମୋହିତ କରିଥିଲେ।ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ସଙ୍ଗିତ ନିର୍ଦ୍ଦେଶନା ଦେଉଥିବା ଦିନେଶ କୁମାର ମଲ୍ଲୀକ ଓ ସାଥି କଣ୍ଠଶିଳ୍ପୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ଥିଲା।
ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *