Spread the love

ଦ୍ଵିତୀୟ ସୁନିଲ ମେମୋରିଆଲ କ୍ୟାରମ ପ୍ରତିଯୋଗିତା ଉଦଯାପିତ

ଭବାନୀପାଟଣା ସହରସ୍ଥିତ କ୍ୟାରମ କ୍ଲବରେ କଳାହାଣ୍ଡି କ୍ୟାରମ ଆସୋସିଏସନର ଆଇନ ପରାମର୍ଶ ଦାତା କୁନାଲ ବେହେରାଙ୍କ ସଂଯୋଜନା ରେ କଳାହାଣ୍ଡି କ୍ୟାରମ ସଂଘର ସହଯୋଗରେ ସଂଘର ସ୍ବର୍ଗତ ସଦସ୍ୟ ସୁନିଲ ବିଶ୍ୱାଳଙ୍କ ଅକାଳ ବିୟୋଗରେ ତାଙ୍କର ସ୍ମୃତିରେ “ଦ୍ଵିତୀୟ ସୁନିଲ ମେମୋରିଆଲ କ୍ୟାରମ ପ୍ରତିଯୋଗିତା ” ଉଦଯାପିତ ହୋଇଯାଇଅଛି I

ଦୁଇଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାର ଉଦଯାପନୀ ତଥା ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସଂଘର ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ମାନସ ରଞ୍ଜନ ଦାସ ଉପସ୍ଥିତ ରହିଥିବାବେଳେ ସଂଘର ସଭାପତି ପ୍ରଦୀପ କୁମାର ଦାସ,ଉପଦେଷ୍ଟା ମଣ୍ଡଳୀର ବରିଷ୍ଠ ସଦସ୍ୟ କ୍ଷୀରୋଦ ଚନ୍ଦ୍ର ମୁଣ୍ଡ ଏବଂ ପୂର୍ବତନ ଜିଲ୍ଲା ଚାମ୍ପିୟନ ଅନିଲ ଦୀପ ଉପସ୍ଥିତ ରହିଥିଲେ I କିଶୋର ଅଗ୍ରୱାଲ ପ୍ରତିଯୋଗିତା ର ସଂଯୋଜକ ରହିଥିବାବେଳେ ସଂଘର ସାଧାରଣ ସମ୍ପାଦକ ଅବଦୁଲ ଖାଁ ମୁଖ୍ୟ ରେଫରୀ ଭାବରେ ଏବଂ ବରିଷ୍ଠ ଉପସଭାପତି ପ୍ରଭାତ ବ୍ରହ୍ମା ପ୍ରତିଯୋଗିତାର ସହ ସଂଯୋଜକ ଭାବରେ ସହଯୋଗ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରୁ ସଂଘର କାର୍ଯ୍ୟକାରୀ ସଭାପତି ସମୀର ପଟ୍ଟନାୟକ, ସଞ୍ଜୟ ମିଶ୍ର, ଶଶାଙ୍କ ପାତ୍ର, ସୁଶାନ୍ତ ପ୍ରଧାନୀ, ସୁଶାନ୍ତ ମହାନ୍ତି,ଠାକୁର ବାଗ, ଶିବୁ ଦାସ, ମୁକେଶ ବଗର୍ତ୍ତୀ, ବାବୁଲା ଗହୀର, ରୋହିତ ମିଶ୍ର, ନିଶିକାନ୍ତ ବେହେରା, ପ୍ରଜ୍ଞାଦୀପ୍ତ ମାଝୀ,କଂଶୀରାଜ ନାଏକ, ତାପସ,ବିକ୍ରମ ମୁଣ୍ଡ,ସନ୍ତୋଷ ବେହେରା, ଜୀବନ ଜ୍ୟୋତି ବାଗ, ରକି ବାଗ ଉତ୍ତମରାଓ ଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଗଣ ବିଭିନ୍ନ ଦାୟିତ୍ୱ ନେଇ ସହଯୋଗ କରିଥିଲେ I କ୍ୟାରମ ଯୁଗ୍ମ ପ୍ରତିଯୋଗିତାର ଫାଇନାଲ ମ୍ୟାଚ ରେ ଶ୍ୟାମ ମହାନନ୍ଦ ଓ ସୌମ୍ୟ ରଞ୍ଜନ ତ୍ରିପାଠୀ ଉପବିଜେତା ହୋଇଥିବାବେଳେ କ୍ଷୀରୋଦ ମୁଣ୍ଡ ଓ ସମ୍ପଦ ମୁଣ୍ଡ ବିଜେତା ହୋଇଥିଲେ I ସଭାପତି ପ୍ରଦୀପ ଦାସ ସମସ୍ତ ବିଜେତା ଓ ଉପବିଜେତା ହୋଇଥିବା ଖେଳାଳୀ ମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ପୁରସ୍କାର ପ୍ରଦାନ କରିଥିଲେ I

ପ୍ରତିଯୋଗିତାରେ ଭଗନେଇଥିବା ସମସ୍ତ ଖେଳାଳୀ,ପ୍ରତିଯୋଗିତା ଆୟୋଜନ କରିଥିବା ସମସ୍ତ ସଦସ୍ୟ ମାନଙ୍କୁ ମଧ୍ୟ୍ୟ ଏହିଭଳି ଏକ କ୍ୟାରମ ପ୍ରତିଯୋଗିତା ଆୟୋଜନ କରିଥିବାରୁ ଧନ୍ୟବାଦ ଦେବା ସହ ଉତ୍ସାହିତ କରିଥିଲେ I କୁନାଲ ବେହେରା କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିଲେ I

Leave a Reply

Your email address will not be published. Required fields are marked *