Spread the love

ନୂଆଦିଲ୍ଲୀ: ଦ୍ୱିତୀୟ ବିବାହରେ ଛାଡପତ୍ର ହେଲେ ଭରଣପୋଷଣ ଖର୍ଚ୍ଚ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ ପ୍ରଦାନ କରିଛନ୍ତି । ଆଜି ତେଲଙ୍ଗାନାର ଏକ ମାମଲାରେ ରାୟ ଦେବା ସମୟରେ କୋର୍ଟ କହିଛନ୍ତି ଯେ, ଯଦି ଦ୍ୱିତୀୟ ବିବାହରେ ମଧ୍ୟ ଛାଡପତ୍ର ହୁଏ, ତେବେ ସ୍ବାମୀଙ୍କୁ ଭରଣପୋଷଣ ଖର୍ଚ୍ଚ ଦେବାକୁ ପଡିବ ।

ତେବେ ଭରଣପୋଷଣ ଦେବା ସମୟରେ, ପ୍ରଥମ ବିବାହର ମାମଲା କୋର୍ଟରେ ବିଚାରାଧୀନ ଥିବା ବାହାନାକୁ ଗ୍ରହଣ କରାଯିବ ନାହିଁ ।

ଯଦି ପ୍ରଥମ ବିବାହ କଥାବାର୍ତ୍ତା ଆଧାରରେ ଛାଡପତ୍ର ହୋଇଥାଏ, ତେବେ ଦ୍ୱିତୀୟ ବିବାହ ସହିତ ଏହାର କୌଣସି ସମ୍ପର୍କ ନାହିଁ। କୋର୍ଟ କାର୍ଯ୍ୟ ଭରଣପୋଷଣ ଟଙ୍କାକୁ ପ୍ରଭାବିତ କରିପାରିବ ନାହିଁ ବୋଲି ବିଚାରପତି ବି.ଭି. ନାଗାରତ୍ନା ଏବଂ ବିଚାରପତି ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ କହିଛନ୍ତି ।ତେଲଙ୍ଗାନାର ବାସିନ୍ଦା ଉଷା ରାଣୀ ୧୯୯୯ ମସିହାରେ ଏମ ଶ୍ରୀନିବାସଙ୍କୁ ବିବାହ କରିଥିଲେ। ଏହା ଉଭୟଙ୍କର ଦ୍ୱିତୀୟ ବିବାହ ଥିଲା। ବିବାହର ଗୋଟିଏ ବର୍ଷ ପରେ ସେମାନଙ୍କର ଏକ ପୁଅ ହୋଇଥିଲା, କିନ୍ତୁ ୨୦୦୫ରେ କିଛି କାରଣରୁ ସେମାନଙ୍କୁ ଛାଡପତ୍ର ନେବାକୁ ପଡିଲା। ଭରଣପୋଷଣ ପାଇଁ ଉଷା ରାଣୀ ଫ୍ୟାମିଲି କୋର୍ଟର ଦ୍ୱାରସ୍ଥ ହୋଇଥିଲେ, କିନ୍ତୁ ପ୍ରଥମ ସ୍ତ୍ରୀଙ୍କ ମାମଲା କୋର୍ଟରେ ବିଚାରାଧୀନ ଥିବାରୁ ତାଙ୍କୁ ଆଶ୍ୱସ୍ତି ମିଳିନଥିଲା।

ତେଲଙ୍ଗାନାର ବାସିନ୍ଦା ଉଷା ରାଣୀ ୧୯୯୯ ମସିହାରେ ଏମ ଶ୍ରୀନିବାସଙ୍କୁ ବିବାହ କରିଥିଲେ । ଏହା ଉଭୟଙ୍କର ଦ୍ୱିତୀୟ ବିବାହ ଥିଲା । କିନ୍ତୁ ୨୦୦୫ରେ କିଛି କାରଣରୁ ସେମାନଙ୍କୁ ଛାଡପତ୍ର ନେବାକୁ ପଡିଲା । ଭରଣପୋଷଣ ପାଇଁ ଉଷା ଫ୍ୟାମିଲି କୋର୍ଟର ଦ୍ୱାରସ୍ଥ ହୋଇଥିଲେ, କିନ୍ତୁ ପ୍ରଥମ ସ୍ତ୍ରୀଙ୍କ ମାମଲା କୋର୍ଟରେ ବିଚାରାଧୀନ ଥିବାରୁ ତାଙ୍କୁ ଆଶ୍ୱସ୍ତି ମିଳିନଥିଲା । ଏହାପରେ ହାଇଦ୍ରାବାଦ ହାଇକୋର୍ଟ ମଧ୍ୟ ଉଷା ରାଣୀଙ୍କ ଆବେଦନକୁ ଖାରଜ କରିଦେବାରୁ ସେ ସୁପ୍ରିମକୋର୍ଟର ଦ୍ବାରସ୍ତ ହୋଇଥିଲେ ।

Leave a Reply

Your email address will not be published. Required fields are marked *