Spread the love

ଧର୍ମପରାୟଣ ବ୍ୟକ୍ତି କାହ୍ନୁଚରଣ ଦାସଙ୍କ ଏକାଦଶାହ ଉପଲକ୍ଷେ ଭକ୍ତିପୂର୍ଣ୍ଣ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ବିଂଝାରପୁର —– ବିଂଝାରପୁର ବ୍ଲକ୍ ଅନ୍ତର୍ଗତ ଛଦ୍ଧାମୁଣ୍ଟ ଗ୍ରାମର ଆଧ୍ୟାତ୍ମିକ ବ୍ୟାକ୍ତି ତଥା ପରୋପକାରୀ କାହ୍ନୁଚରଣ ଦାସଙ୍କ ଏକାଦଶାହ ଉପଲକ୍ଷେ ଭକ୍ତିପୂର୍ଣ୍ଣ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ନାରାୟଣ ଚନ୍ଦ୍ର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।
ପ୍ରଥମେ ଅତିଥି ମାନଙ୍କୁ ମଞକୁ ଆହ୍ୱାନ ସହ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ,ପ୍ରଦୀପ ପ୍ରଜ୍ଜ୍ୱଳନ ଏବଂ ଦୁଇ ମିନିଟ ନିରବ ପ୍ରାର୍ଥନା ପରେ ସ୍କୁତିଚାରଣା ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ଗୁରୁଚରଣ ଥାଟୋଇ,ମୁଖ୍ୟ ବକ୍ତା ଭାବେ ସିଂହପୁର ଗ୍ରାମର ସରପଞ୍ଚ ଶଶାଙ୍କ ଶେଖର ଖିଲାର, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଗନ୍ଧର୍ବ ଚରଣ ଦାସ, ପ୍ରାଧ୍ୟାପକ ସର୍ବେଶ୍ଵର ଦାସ,କବି ସନ୍ତୋଷ କୁମାର ବେଉରିଆ,ପ୍ରକାଶ କୁମାର ଦାସ , ସବୁଜ ଓଡ଼ିଶାର ସଂପାଦକ ଓ ସାମ୍ବାଦିକ ସରୋଜ କୁମାର ସାହୁ ପ୍ରମୁଖ ଯୋଗଦେଇ ସ୍ବର୍ଗତ କାହ୍ନୁଚରଣ ଦାସଙ୍କ ଉପରେ ବହୁ କଥା ଆଲୋଚନା କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶିକ୍ଷାବିତ ଦିନବନ୍ଧୁ ସାହୁ,ପୁତ୍ର ବିମଳ ଦାସଙ୍କ ସମେତ ବନ୍ଧୁ ଓ ପରିବାର ବର୍ଗ ଏ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ସ୍ବର୍ଗତ ଦାସଙ୍କ ନାତୁଣୀ ବିପ୍ଳା ଦାସ।

Leave a Reply

Your email address will not be published. Required fields are marked *