Spread the love

ଧର୍ମପରାୟଣ ମହିଳା ସରସ୍ବତୀ ସେନାପତିଙ୍କ ବିୟୋଗରେ ସ୍କୁତି ଚାରଣ ସଭା ଓ କବିତା ପାଠୋତ୍ସବ ଅନୁଷ୍ଠିତ

ବିଷୟ _ ଆଳି ବ୍ଳକ ଅନ୍ତର୍ଗତ ଦେମାଳ ପଞ୍ଚାୟତର ବଡମୁଳସାହି ଠାରେ ବିଶିଷ୍ଟ ସମାଜସେବୀକା ଓ ଧର୍ମପରାୟଣ ମହିଳା ସରସ୍ବତୀ ସେନାପତିଙ୍କ ବିୟୋଗରେ ଏକ ସ୍କୁତିଚାରଣ ସଭା ଓ କବିତା ପାଠୋତ୍ସବ ଶୀର୍ଷକ ବୋଉ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସଭାପତିତ୍ବ କରିଥିଲେ ପଟ୍ଟାମୁଣ୍ଡାଇ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ ନିଳମଣୀ ଲେଙ୍କା ।ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ ସିଂହପୁର ଖରସ୍ରୋତା ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ଅଜୟକୁମାର ଓଝା, ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ କବି ବନମାଳୀ ସେନାପତି, ପରିବେଶ ବିତ ଓ କବି ହେମନ୍ତ କୁମାର ରାଉତ, ନାଟ୍ୟକାର ଦେବ ପାତ୍ର, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଆରାଧନ ଦାଶ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମଞୁ ରାଉତ ପ୍ରମୁଖ ଯୋଗଦେଇ ଥିଲେ।ଏହି କବିତା ପାଠୋତ୍ସବରେ ସଞୋଜନା କରିଥିଲେ କବି ରଶ୍ମିତା ସେନାପତି।ଏହି କବିତା ପାଠୋତ୍ସବରେ ଶତାଧିକ କବି ଓ କବୟିତ୍ରୀ ଯୋଗଦେଇ ସେମାନଙ୍କର କବିତା ଆବୃତ୍ତି କରିଥିଲେ।ଅତିଥି ମାନେ ମତପ୍ରକାଶ କରିଥିଲେ ଯେ ସ୍ବର୍ଗତ ସରସ୍ବତୀ ସେନାପତି ଏକାଧାରରେ ଜଣେ ସମାଜସେବୀକା, ପରୋପକାରୀ ଓ ଧର୍ମ ପାରାୟଣ ମହିଳା ଥିଲେ।ଏହି ସ୍କୁତିସଭାଟିକୁ ପରିଚାଳନାରେ ଯେଉଁ ମାନେ ସହଯୋଗ କରିଥିଲେ ସେମାନେ ହେଲେ ସ୍ବର୍ଗତ ସରସ୍ବତୀ ସେନାପତିଙ୍କ ପୁତ୍ର ଧ୍ରୁବଚରଣ ସେନାପତି, ନିରଞ୍ଜନ ସେନାପତି, ଧିରେନ୍ଦ୍ର ସେନାପତି, ସୁନିଲ୍ ଶେଖର ସେନାପତି ଓ କନ୍ୟା ତଥା ବିଶିଷ୍ଟ କବି ଓ ଶିକ୍ଷାୟତ୍ରି ରଶ୍ମିତା ସେନାପତି ଓ ଜୋଇଁ ଇନ୍ଦ୍ରମଣି ପାତ୍ର ପ୍ରମୁଖ ଯୋଗଦେଇ ପରିଚାଳନା ରେ ସହଯୋଗ କରିଥିଲେ

ବ୍ୟୁରୋ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *