Spread the love

ଧାନ କିଣା ଟାର୍ଗେଟ ଶେଷହେଵା ନେଇ ଧାନ ମଣ୍ଡିରେ ଚାଷୀଙ୍କ ଧାରଣା।

ଧର୍ମଗଡ଼ (ଜାଗ୍ରତ ଭାରତ) –
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚପରିଆ ପେକ୍ସର ସାନଚେରଗାଁ ଧାନମଣ୍ଡିରେ ଚାଷୀମାନେ ଧାରଣା ଦେଇଥିବା ନଜରକୁ ଆସିଛି। ପ୍ରାପ୍ତ ସୂଚନାରୁ ଜଣାଯାଏ ଏହି ଧାନ ମଣ୍ଡିର ଟାର୍ଗେଟ ଶେଷ ହେଵା ଯୋଗୁଁ ଅନେକ ଚାଷୀ ଧାନ ବିକ୍ରୟରୁ ବଞ୍ଚିତ ହୋଉଛନ୍ତି। ଏନେଇ କେଗାଁ, ସିନାପାଲି ଓ ନୂଆଗାଁ ପଞ୍ଚାୟତର ଚାଷୀମାନେ ସାନଚେରଗାଁ ଧାନ ମଣ୍ଡି ସମ୍ମୁଖରେ ଧାରଣା ଦେଇଥିଲେ। ଧାରଣାସ୍ଥଳରେ ଧର୍ମଗଡ଼ ଉପଖଣ୍ଡ ସ୍ତରୀୟ ଏସିଏସଓ ରାଜାରାମ ହୋତା ଓ ଏଆରସିଏସ ପହଞ୍ଚି ଚାଷୀଙ୍କୁ ବୁଝା ସୁଝା କରିବା ସତ୍ୱେ ବି ଚାଷୀ ଧାରଣାରୁ ହଟି ନ ଥିଲେ। ପରେ ଧାରଣା ସ୍ଥଳରେ ଗୋଲାମୁଣ୍ଡା ଅତିରକ୍ତ ତହସିଲଦାର ଅନୁଭବ ମହାନ୍ତି ପହଞ୍ଚିବା ସହିତ କେଗାଁ ଥାନା ଆଇ ଆଇସି ସଙ୍ଗୀତ ବେକ ମଧ୍ୟ ପହଞ୍ଚିଥିଲେ।

ଚାଷୀ ଭାଇଓ ପ୍ରଶାସନ ମଧ୍ୟରେ ଦୀର୍ଘ ତିନି ଘଣ୍ଟା ଧରି ଆଲୋଚନା ହୋଇଥିଲା । ଧାରଣାସ୍ଥଳରେ ହିଁ ପ୍ରଥମେ ୧୪ ଶହ କୁଇଣ୍ଟାଲ ଟାର୍ଗେଟ ଦିଆଯାଇଥିଲା। ଏହା ଶେଷ ନ ହେଵା ପୂର୍ବରୁ ପୁଣି ୨ ହଜାର କୁଇଣ୍ଟାଲ ଟାର୍ଗେଟ ଦିଆଯିବ।ସହ ଏପରି ମଣ୍ଡିରେ ଥିବା ସମସ୍ତ ଧାନ ଉଠାଣ କରାଯିବ ବୋଲି ପ୍ରଶାସନ ପ୍ରତିଶୃତି ଦେବା ପରେ ଚାଷୀ ଧାରଣାରୁ ହଟିଥିଲେ । ଜିଲ୍ଲାର ଅନେକ ଧାନମଣ୍ଡି ମାନଙ୍କରେ ବହୁ ଅବ୍ୟବସ୍ଥା ଦେଖାଯାଉଛି ଯାହାପାଇଁ ଚାଷୀ ଧାରଣା ଦେବାକୁ ବାଧ୍ୟ ହେଉଛି।

ଛୋଟ ଚାଷୀ ସମସ୍ୟାକୁ ଦେଖି ମଣ୍ଡିକୁ ତାର ବହୁ କଷ୍ଟରେ ଉତ୍ପାଦନ କରୁଥିବା ଧାନ ଆଣିପାରୁନାହିଁ ଯଦଦ୍ଵାରା ଦଳାଳ ହାତରେ ଅଭାବି ଦରରେ ବିକ୍ରି କରୁଛନ୍ତି।ଦଳାଳମାନେ ଚାଷୀ ମାନଙ୍କଠାରୁ ଧାନ ନେଇ ଟଙ୍କା ଦେବାରେ ବିଲମ୍ବ କରୁଥିବା ଘଟଣାମାନ ନଜରକୁ ଆସୁଛି। ଏପରି ଦଳାଳ ମାନଙ୍କୁ ଚ଼ିହନ୍ନଟ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଚାଷୀକୁଳ ପକ୍ଷରୁ ଦାବି ହେଉଛି। ଜିଲ୍ଲା ପ୍ରଶାସନ ପାଖରେ।

Leave a Reply

Your email address will not be published. Required fields are marked *