Spread the love

ନକଲି ମଦ କାରବାରି ଙ୍କ ପାଇଁ ଭୂ ସ୍ବର୍ଗ ପାଲଟିଛି କେନ୍ଦୁଝରଜିଲ୍ଲା, ବାବୁମାନେ ମାଲେମାଲ୍ ହେଉଥିବା ଅଭିଯୋଗ

 

ସାବଧାନ ଅଞ୍ଚଳବାସୀ କେନ୍ଦୁଝର ଜିଲ୍ଲାର ବାସୀ, ବିଗତ ଦିନରେ ଅନ୍ୟ ରାଜ୍ୟରେ ଦେଖିବାକୁ ମିଳିଥିଲା ନକଲି ମଦର ତାଣ୍ଡବ, ଯେଉଁଥିରେ ଅନେକ ଲୋକ ପ୍ରାଣ ହରାଇଥିଲେ, ସେହିଭଳି ଦୁର୍ଦ୍ଦଶା ଭୋଗ କରିବେନି ତ କେନ୍ଦୁଝର ଜିଲ୍ଲା ବାସୀ। ଠାବ ହୋଇଛି କେନ୍ଦୁଝର ଜିଲ୍ଲାରେ ନକଲି ମଦ ଗୋଦାମ। କେନ୍ଦୁଝର ଜିଲ୍ଲାର ଅବକାରୀ ବିଭାଗର ଅପାରଗତା ଅବା ନକଲି ମଦ କାରବାରିଙ୍କ ସହ ମଧୁଚନ୍ଦ୍ରିକା ରୁ ଚାଳିଛି ନକଲି ମଦର କାରବାର ଓ ନକଲି ମଦ କାରବାରିଙ୍କ ପାଇଁ ଭୁ ସ୍ୱର୍ଗ ପାଲଟିଛି କେନ୍ଦୁଝର ଜିଲ୍ଲା। ସମ୍ବଲପୁର ରୁ ଗୁଇନ୍ଦା ବିଭାଗ ଆସି କେନ୍ଦୁଝର ଜିଲ୍ଲା ରେ ରେଡ କରିଛି କିନ୍ତୁ କେନ୍ଦୁଝର ଅବକାରୀ ବିଭାଗ ନିଘୋଡ଼ ନିଦରେ ଶୋଇ ରହିଥିବା ମନେହୁଏ। ସମ୍ବଲପୁର ର ଗୁଇନ୍ଦା ବିଭାଗ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଏକ ଟିମ୍ ଆସି କେନ୍ଦୁଝର ଓ ପାଟଣା ଅବକାରୀ ବିଭାଗ ସହାୟତା ତୁରୁମୁଙ୍ଗା ଅଞ୍ଚଳର ସୁଦର୍ଶନ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଚଢାଉ କରି ସେଠାରୁ ମଦ ତିଆରି ମେସିନ୍ ସହ ନକଲି ମଦ ଜବତ କରିଥିବା ନେଇ ସୂଚନା। ତା ସହିତ 630ଲିଟର ନକଲି ସ୍ପିରିଟ ମାଳମାଳ ନକଲି ମଦ ବୋତଲ, ଷ୍ଟିକର, ଠିପି ଆଦି ଜବତ କରିବା ସହ ସୁଦର୍ଶନ ସାହୁ କୁ ଗିରଫ କରିଛି। ଅବକାରୀ ବିଭାଗର ସୂଚନା ଅନୁଯାୟୀ ସୁଦର୍ଶନ କୋରୋନା ମହାମାରୀ ର ଲକଡ଼ାଉନ ସମୟରେ ମଦର ଅଭାବୀ ସମୟର ସୁଜଗ ନେଇ ଏହି କାରବାର ଆରମ୍ଭ କରିବା ସହ କେନ୍ଦୁଝର ଜିଲ୍ଲା ସହ ଏହାର ଆଖପାଖ ଜିଲ୍ଲାକୁ ନକଲି ମଦର କଳା କାୟା ବିସ୍ତାର କରିଥିଲା।

 

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *