Spread the love

ନର୍ଭେ ରାମ କମ୍ପାନୀର ପରିବେଷିୟ ସମ୍ବନ୍ଧିତ ଜନଶୁଣାଣୀକୁ ପ୍ରଭାବିତ ଅଞ୍ଚଳବାସୀଙ୍କ ସର୍ତ୍ତମୂଳକ ସମର୍ଥନ

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ତହସିଲ୍ ତଥା ଯୋଡା ଖଣିମଣ୍ଡଳ ଓ ବଡ଼ବିଲ ଥାନା ଅନ୍ତର୍ଗତ ଭାଦ୍ରାସାହି ପଞ୍ଚାୟତ ସ୍ଥିତ ଟଣ୍ଟ ଗ୍ରାମରେ ଥିବା ଖଣି କମ୍ପାନୀ ନର୍ଭେରାମ କମ୍ପାନୀର ଉକ୍ତ ଟଣ୍ଟ ଗ୍ରାମରେ ପିଲେଟ ପ୍ଲାଣ୍ଟ ନିର୍ମାଣ ପାଇଁ ପରିବେଷିୟ ସମ୍ବର୍ଦ୍ଧିତ ଜନଶୁଣାଣୀ ଶିବିର ଆୟୋଜନ କରାଯାଇ ଥିଲା। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ ପ୍ରଭାବିତ ଅଞ୍ଚଳ ଝାଡଗାଁ ଗ୍ରାମରେ ପ୍ରଶାସନ ପକ୍ଷରୁ ଜନଶୁଣାଣୀ ପାଇଁ ଏକ ଶିବିରର ଆୟୋଜନ କରାଯାଇଥିଲା,ଯେଉଁଥିରେ ପ୍ରଭାବିତ ଅଞ୍ଚଳ ବାସିନ୍ଦା ମାନେ ଉପସ୍ଥିତ ରହି ଉକ୍ତ ନର୍ଭେରାମ କମ୍ପାନୀକୁ, ଶିକ୍ଷା,ସ୍ଵାସ୍ଥ୍ୟ, ନିଯୁକ୍ତି ଓ ପ୍ରଭାବିତ ଅଞ୍ଚଳର ଉଲ୍ଲେଖନୀୟ ବିକାସ କରିବା ଦିଗରେ ଉଚିତ୍ ପଦକ୍ଷେପ ଗ୍ରହଣ କରିବାକୁ କହି ଉକ୍ତ କମ୍ପାନୀକୁ ସର୍ତ୍ତ ମୂଳକ ଭାବେ ସମର୍ଥନ ଜଣାଇଛନ୍ତି, ଏହି ଜନଶୁଣାଣୀ ରେ ଜିଲ୍ଲା ଆଞ୍ଚଳିକ ପ୍ରଦୂଷଣ ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ, ବଡ଼ବିଲ ତହସିଲଦାର , ଅତିରିକ୍ତ ତହସିଲଦାର ଓ ବଡ଼ବିଲ ଥାନାଧିକାରିଣି ଙ୍କ ସହ ଆଞ୍ଚଳିକ ପୋଲିସ ପ୍ରଶାସନ ଅଧିକାରୀ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ଭାବେ ଉକ୍ତ ଜନଶୁଣାଣୀ କୁ କରାଯାଇଥିଲା।କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡାଇବାକୁ ଦୃଷ୍ଟିରେ ରଖି ଜନଶୁଣାଣୀ ସ୍ଥଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ବଳୟ ମୂତୟନ କରାଯାଇଥିବା ଦେଖିବାକୁ ମିଳିଥିଲା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ

Leave a Reply

Your email address will not be published. Required fields are marked *