Spread the love

ନାବାଳିକାଙ୍କୁ ଗଣଦୁଷ୍କର୍ମ କାରୀଙ୍କୁ କଠୋର ଦଣ୍ଡ ବିଧାନ ଦାବିରେ ବିଶାଳ ରାଲି

କଳାହାଣ୍ଡି ଜିଲ୍ଲା ଲାଞ୍ଜଗଡ଼ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ପାଜିବାହିଲି ରାସ୍ତାରେ ୨ ଜଣ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଫେରାର ଅଭିଯୁକ୍ତକୁ କୋର୍ଟ ଚାଲାଣ ପରେ ଅଭିଯୁକ୍ତ କୁ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆଜି ଆଦିବାସୀ ସଂଘ ସଭାପତି ସୁକ୍ରୁ ମାଝୀ ଙ୍କ ତତ୍ୱାବଧାନରେ ବିଶାଳ ରାଲି ଅନୁଷ୍ଠିତ ହୋଇ ଯାଇଛି l ସୂଚନାନୁସାରେ ବିଜେପୁର ଥାନା ଅଧିନସ୍ତ ବେନଗାଁ ଅଞ୍ଚଳର ୨ ଜଣ ନାବାଳିକା ଓ ଜଣେ ଯୁବତୀ ଗତ ମାସ ୧୬ ତାରିଖ ରାତିରେ ନାଟକ ଦେଖି ଫେରୁଥିବା ବେଳେ ସେହି ଅଞ୍ଚଳର ପାଜିବାହାଲି ଗାଁର ପାଞ୍ଚଜଣ ଯୁବକ ଗଣଦୁଷ୍କର୍ମ କରି ଅଭିଯୁକ୍ତମାନେ ଫେରାର ଥିବାରୁ ପୋଲିସ ସେମାନଙ୍କୁ ଗିରଫ କରିବାରେ ବିଳମ୍ବ ହୋଇଥିଲେ ମଧ୍ୟ କିଛିଦିନ ମଧ୍ୟରେ ଜଣେ ନାବାଳକ ସମେତ ୪ ଜଣ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ l
ଏ ନେଇ ବିଜେପୁର ଥାନାରେ କେସ ନଂ ୮/୨୩ ଓ ୯/୨୩ ଅନୁଯାଇ ଧାରା ୩୬୩, ୩୭୬ ଓ ପୋସ୍କୋ ଧାରାରେ ମାମଲା ରୁଜୁ ହେଇଥିବା ବେଳେ ନାବାଳିକା ଗଣ ଦୁଷ୍କର୍ମ କାରୀଙ୍କୁ କଠୋର ରୁ କଠୋର ଦଣ୍ଡବିଧାନ ଦାବିରେ ବେତିଆପଡ଼ା ଠାରୁ ବିଜେପୁର ଥାନା ପର୍ଯ୍ୟନ୍ତ ଏକ ବିରାଟ ଆଦିବାସୀ ଜନସମାବେଶ ଅନୁଷ୍ଠିତ ହୋଇ ଯାଇଛି l କଳାହାଣ୍ଡିରୁ ବି ତ୍ରିପତି ପାତ୍ର ଜାଗ୍ରତ ଭାରତ ନିଉଜ।

Leave a Reply

Your email address will not be published. Required fields are marked *