Close up of male hands in bracelets behind back
Spread the love

ନାବାଳିକା କୁ ପ୍ରେମ ବିବାହ କରି ନାବାଳକ ଟ୍ରକ୍ ହେଲପର ଗିରଫ

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ଏକ ଟ୍ରକ୍ ହେଲପର ନାବାଳିକା କୁ ପ୍ରେମ ବିବାହ କରି ରଖିଥିବା ବେଳେ ବଅଁରପାଳ ଥାନା ଗିରଫ କରିଛି। ଥାନା ପକ୍ଷରୁ ସୂଚନା ମୁତାବକ ତାଳଚେର ର ହରିହରପୁର ଅଞ୍ଚଳ ର ଜଣେ ୧୭ ବର୍ଷ ର ନାବାଳକ ଟ୍ରକ୍ ହେଲପର ପରଜଙ୍ଗ କୁମୁସି ଅଞ୍ଚଳର ଏକ ନାବାଳିକା ଉଭୟ ଙ୍କ ମଧ୍ୟରେ ବିଗତ ୧ ବର୍ଷ ହେବ ପ୍ରେମ କରୁଥିଲେ। ପରବର୍ତ୍ତୀ ସମୟରେ ଉଭୟେ ବିବାହ କରି ବସିଥିଲେ। ନାବାଳିକା ଆସି ବଅଁରପାଳ ଅଞ୍ଚଳରେ ନିଜ ମାମୁଁ ଘରେ ରହୁଥିଲେ। ଏହି ବିଷୟରେ ବିଶେଷ ସୂତ୍ର ବଅଁରପାଳ ଥାନା ଖବର ପାଇ ନାବାଳକ କୁ ଗିରଫ କରିଥିଲା। ଥାନା ପକ୍ଷରୁ ଏକ କେଶ୍ ନମ୍ବର ୧୫୪/୨୦୨୩ ଦଫା ୩୬୩, ୩୬୬,୩୭୬(୨)ଏନ,୩୭୬(୩)ସେକ୍ସନ୍ ପୋସ୍କୋ ଆକ୍ଟ ରେ ମାମଲା ରୁଜୁ ନାବାଳକ କୁ ଗିରଫ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *