Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ନାଲକୋ ରେ ନବ ବର୍ଷ ପାଳନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

 

ଜେ ବି ଏନ, ୦୨/୦୧/୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଅନୁଗୋଳ : ନାଲକୋ ପ୍ରଶାସନିକ କାର୍ଯ୍ୟାଳୟ କର୍ମଚାରୀ ମାନଙ୍କ ତରଫରୁ ନବ ବର୍ଷ ପାଳନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମ୍ବିକା ପ୍ରସାଦ ପଣ୍ଡା, ଗ୍ରୁପ୍ ଜେନେରାଲ ମ୍ୟାନେଜର ସତ୍ୟାନନ୍ଦ ସାହୁ, ମହାପ୍ରବନ୍ଧକ ସମୂହ ସରୋଜ ମିଶ୍ର, ଚିତ ରଞ୍ଜନ ସ୍ବାଇଁ, ସୁଧୀର ପଟ୍ଟନାୟକ, ବିଭୂତି ମିଶ୍ର, ମିହିର ରଂଜନ ରଥ ଓ ଉପ ମହା ପ୍ରବନ୍ଧକ ସୁନିଲ ମହାପାତ୍ର ପ୍ରମୁଖ ଉପସ୍ଥିତି ଥିଲେ। ଏହି ଅବସରରେ ନାଲକୋ ର ବିଭିନ୍ନ ସମସ୍ୟା ଓ ସମାଧାନ ଉପରେ ଆଲୋକ ପାତ୍ କରାଯାଇଥିଲା। ନାଲକୋ ର ଲାଇଫ ଲାଇନ କୁହାଯାଉଥିବା ଲୀନ ସ୍ ଲରି ପ୍ରୋଜେକ୍ଟ ଓ ଉତ୍କଳ ଇ ଓ ଡି କୋଲ୍ ପ୍ରୋଜେକ୍ଟ ଶୀଘ୍ର କାର୍ଯ୍ୟକ୍ଷମ ଶୀଘ୍ର ହେବ ବୋଲି ମୁଖ୍ୟ ଅତିଥି ଶ୍ରୀ ଅମ୍ବିକା ପ୍ରସାଦ ପଣ୍ଡା ପ୍ରକାଶ କରିଥିଲେ। ଏହା ପରେ ନାଲକୋ ପରିସର ମଧ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଶ୍ରମିକ ନେତା ବିଭବ ଜେନା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଏଥିରେ ଶ୍ରୀ ଶୁଭ୍ରାଂଶୁ ବେହେରା, ପିକେ ମିଶ୍ର, ଶରତ ସେଠୀ, ରବୀନ୍ଦ୍ର ଓଝା, ଗତି କୃଷ୍ଣ ବେହେରା, ଶାନ୍ତନୁ ସାହୁ, ସରସ୍ଵତୀ ଦେଇ, ଶରତ ପ୍ରଧାନ, ନୀଳ ରଥ, କଲ୍ୟାଣୀ ବିଶ୍ବାଳ, ସୁବାସ ନାୟକ ଓ ସନ୍ଦୀପ ଘାଣ୍ଟି ପ୍ରମୁଖ ସହଯୋଗ କରିଥିଲେ।