Spread the love

ପବିତ୍ର ଦଶହରା ପର୍ବରେ ବିଶିଷ୍ଟ ସମାଜସେବୀ, ଜରି ପଂଚାୟତର ପୂର୍ବତନ ସରପଞ୍ଚ ଶ୍ରୀ ଭୁବନାନନ୍ଦ ସାମଲ ନିଆରା ଓ ନିରାଡ଼ମ୍ବର ଢଙ୍ଗରେ ତାଙ୍କର ଜନ୍ମଦିନକୁ ପାଳନ କରିଛନ୍ତି।ସେ ତାଙ୍କର ସହକର୍ମୀଙ୍କୁ ନେଇ ଉକ୍ତ ଦିନରେ କିଛି ବୃକ୍ଷ ରୋପଣ କରିବା ସହିତ କିଛି ଫଳନ୍ତି ଗଛର ଚାରା ଗ୍ରାମବାସୀଙ୍କୁ ବଣ୍ଟନ କରିବା ସହିତ ସମସ୍ତେ ନିଜ ନିଜ ଜନ୍ମଦିନରେ ବୃକ୍ଷ ରୋପଣ କରି ପରିବେଶକୁ ରକ୍ଷା କରିବା ସହିତ ସନ୍ତୁଳନ ରଖିବାକୁ ପରାମର୍ଶ ଦେଇଥିଲେ।ସେ ଭୋଜି ଭାତ କରି ଅର୍ଥ ଶ୍ରାଦ୍ଧ ନକରି ବିଂଝାରପୁର ବ୍ଲକର ମାଂସଡା ଗ୍ରାମରେ ଅବସ୍ଥିତ ଏକ ଭିନ୍ନକ୍ଷମ ବିଦ୍ୟାଳୟକୁ ଯାଇ ତିରିଶରୁ ଉର୍ଦ୍ଧ୍ବ ଅନ୍ଧ, ମୁକ ,ବଧିର ଓ ମାନସିକ ଅସୁସ୍ଥ ଛାତ୍ର ଛାତ୍ରୀଙ୍କୁ ଫଳ, ବିସ୍କୁଟ, କଦଳୀ ଓ ବିଭିନ୍ନ ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହିତ ସେମାନଙ୍କ ଗହଣରେ ଜନ୍ମଦିନ ପାଳନ କରି ସେମାନଙ୍କ ସହିତ କିଛି ଅନ୍ତରଙ୍ଗ ମୁହୂର୍ତ୍ତ ବିତାଇଥିଲେ।ଏହି କାର୍ଯ୍ୟରେ ତାଙ୍କୁ ସର୍ବଶ୍ରୀ ସନ୍ତୋଷ ଧଳ, ଧନେଶ୍ୱର ସାମଲ,ଗଗନ ନାୟକ, ତାପସ କୁମାର ନାଥ, ନିହାର ରଞ୍ଜନ ସାମଲ ,ନଟବର ଯେନା,ଲାଲବିହାରୀ ସାମଲ, ରତ୍ନାକର ଯେନା, ଜ୍ଞାନେନ୍ଦ୍ର ସାମଲ ,ସରୋଜ ମଳିକ, ଗୟାଧର ମଳିକ ସୁବୋଧ ସାମଲ ପ୍ରମୁଖ ସହଯୋଗ କରିଥିଲେ।ଏହି ମହନୀୟ କାର୍ଯ୍ୟକୁ ସବୁ ମହଲରୁ ଉଚ୍ଚ ପ୍ରଶଂସା କରାଯାଇଥିଲା।

ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *