Spread the love

ନିଖିଳ ଉତ୍କଳ ପାଟରା ସମିତିର ଗ୍ରହ୍ମାପର୍ବ ପାଳନ

ଭୁବନେଶ୍ୱର, ଆଜି ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ନିଖିଳ ଉତ୍କଳ ପାଟରା ସମିତି ପକ୍ଷରୁ ଦ୍ଵିତୀୟ ବର୍ଷ ପାଇଁ ଗ୍ରହ୍ମା ପର୍ବ ପାଳନ ହୋଇଛି. ଏହି ପର୍ବ ଉତ୍କଳୀୟ ଗ୍ରହ୍ମା ପର୍ବ ନାମରେ ପରିଚିତ. ବିଶେଷ କରି ଏହା ପାଟରା ପରିବାରର ପାରମ୍ପରିକ ପୂଜା ବସା ବୋଲି କୁହାଯାଇଥାଏ.ଏଠାରେ ଚତୁର୍ଥ ଦିନରେ ଆମର ଅବକାଶ ଥାଏ ଓ ଏହି ଅବକାଶରେ ସାରା ଓଡ଼ିଶାରେ ବିଭିନ୍ନ ପ୍ରାନ୍ତରେ ଥିବା ଚଉଦ ଗୋଟି ଚକଳାର ଭାଇ ଭଉଣୀ ମାନେ ଆସି ଏହି ଉତ୍ସବରେ ସାମିଲ ହୁଅନ୍ତି ବୋଲି କହିଛନ୍ତି ପାଟରା ସମିତିର ରାଜ୍ୟ ସଭାପତି ରୁଦ୍ର ନାରାୟଣ ପୃଷ୍ଟି.ଗ୍ରହ୍ମାପର୍ବ ମହାପର୍ବ ମହୋତ୍ସବ ଆମ ଜାତିର ମୂଳ ପିଣ୍ଡ ଓ ଆମର ମୂଳ ଅଫିସ ପୁରୀରେ କିନ୍ତୁ ଓଡିଶାରେ ଥିବା ସମସ୍ତ ପାଟରା ଭାଇ ଭଉଣୀ ମାନଙ୍କୁ ଏକଜୁଟ କରି ପରିଚୟ ସୃଷ୍ଟି ପାଇଁ ଓ ଭାଇଚାରା ବୃଦ୍ଧି ପାଇଁ ରାଜଧାନୀରେ ମହୋତ୍ସବ ପାଳିବା ଏକମାତ୍ର ଉଦେଶ୍ୟ ବୋଲି କହିଛନ୍ତି ପାଟରା ସମିତିର ରାଜ୍ୟ ସାଧାରଣ ସମ୍ପାଦକ ସଞ୍ଜୟ କୁମାର ପୃଷ୍ଟି. ପାଟରା ଗୋଟିଏ ଜାତି ଓ ଆମେ ଜଗନ୍ନାଥଙ୍କ ସେବାୟତ. ଆମର ଇଷ୍ଟ ହେଉଛନ୍ତି ବଳଭଦ୍ର. କୃଷି ସଂସ୍କୃତିର ପ୍ରତୀକ ପ୍ରଭୁ ବଳଭଦ୍ର ଓ ପୃଥିବୀର ସତୁରି ଭାଗ ଲୋକ ଧାନ ଚାଷ ଉପରେ ନିର୍ଭର କରୁଥିବାରୁ ଆମେ ପାଟରା ଜାତିର ଲୋକମାନେ ବଳଭଦ୍ରଙ୍କୁ ଇଷ୍ଟ ଦେବତା ବୋଲି ମାନିଥାଉ ବୋଲି କହିଛନ୍ତି ରାଜ୍ୟ ଗ୍ରହ୍ମାପର୍ବର ଆବାହକ ଦେବେନ୍ଦ୍ର ପୃଷ୍ଟି.
ରିପୋର୍ଟ ପ୍ରଭାକର ବିଶ୍ୱାଳ

Leave a Reply

Your email address will not be published. Required fields are marked *