Spread the love

ନିଲାକଣ୍ଠେଶ୍ୱର ୱାଲଫର କ୍ଲବ ପକ୍ଷରୁ ମନ୍ଦିର ପରିସରରେ ଶ୍ରଦ୍ଧାଳୁ ଙ୍କୁ ପଣା ଓ ହାଲୁଆ ବଣ୍ଟନ।

ବ୍ରହ୍ମପୁରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ପକ୍ଷରୁ ଗତ୫ବର୍ଷ ଧରି ନିଲାକଣ୍ଠେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏଭଳି ଶ୍ରଦ୍ଧାଳୁଂକୁ ପଣା ବଣ୍ଟନ କରାଯାଉ ଅଛି। ସମସ୍ତ ସଦସ୍ୟଙ୍କ ସହଯୋଗ କ୍ରମେ ଏଭଳି ସେବା ଜାରି ରଖିଛି କ୍ଲବ। କେବଳ ପଣା ବଣ୍ଟନ ନୁହେଁ ମନ୍ଦିର ଗହଳିରେ ହଜି ଯାଇଥିବା ପିଲାଙ୍କୁ ଉଦ୍ଧାର କରି ଡ଼ାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରି ସେମାନଙ୍କ ପରିବାରଙ୍କୁ ହସ୍ତାନ୍ତର କରିଛନ୍ତି କ୍ଳବର ସଦସ୍ୟ।ଆଗକୁ ମଧ୍ୟ ଏଭଳି ଜନ ହିତକାରୀ ଜର୍ଯ୍ୟ ଜାରି ରହିବ ବୋଲି କ୍ଲବ ସଭାପତି କହିଛନ୍ତି। ଆଜି ପବିତ୍ର ମହାଶିବରାତ୍ରି ଅବସରରେ ପ୍ରାୟ୫ହାହାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଙ୍କୁ ଛେନାପଣା ସହ ହାଲୁଆ ବଣ୍ଟନ କରାଯାଇଥିଲା।ଅତିଥିଭାବେ ସ୍ଥାନୀୟ କର୍ପୋରେଟର ଗୀତାଞ୍ଜଳି ଦାସ ଏବଂ ବରିଷ୍ଠ ବିଜେଡି ନେତା ଦୁର୍ଗା ପ୍ରସାଦ ପଣ୍ଡା ଯୋଗଦେଇଥିଲେ। ସଭାପତି ଦେବଦୁର୍ଲଭ ସାହୁ, ଉପସଭାପତି ଦିଲ୍ଲୀପ କୁମାର ପାଢୀ, ସମ୍ପାଦକ ପ୍ରଦୀପ କୁମାର ପାତ୍ର, କୋଷାଧ୍ୟକ୍ଷ ବିଦ୍ୟାଧର ପାଢ଼ୀ, ସଂଯୋଜକ ସନ୍ତୋଷ କୁମାର ବେହେରା,ଦ୍ଵାରିକା ମହାନ୍ତି ମନୋରଞ୍ଜନ ବେହେରା, ଆଶୁତୋଷ ସାହୁ, ସୁନୀଲ ସାହୁଙ୍କ ସମେତ ବହୁ ସଦସ୍ୟ, ସଦସ୍ୟା ଯୋଗଦେଇ ବଣ୍ଟନ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *