Spread the love

ନିଶା ମଙ୍ଗଳବାର ଅବସରରେ ମା’ ତାରେଣୀଙ୍କ ବିଶେଷ ପୂଜା

ଢେଙ୍କାନାଳ ଗାନ୍ଧୀ ମନ୍ଦିର ରୋଡ୍‌ସ୍ଥିତ ମା’ ତାରେଣୀଙ୍କ ପୀଠରେ ନିଶା ମଙ୍ଗଳବାର ଅବସରରେ ଆଜି ବିଶେଷ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଛି।

ଆଶ୍ୱିନ ମାସର ନିଶା ମଙ୍ଗଳବାର ଥିବାରୁ ପ୍ରାତଃ ସମୟରୁ ମା’ଙ୍କର ମଙ୍ଗଳ ଆଳତି, ମହାସ୍ନାନ ଓ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା। ଏହାପରେ ବିଭିନ୍ନ ପ୍ରକାରର ଫୁଲହାରରେ ମା’ଙ୍କୁ ସୁସଜ୍ଜିତ କରାଯିବା ସହ ବିଭିନ୍ନ ପ୍ରକାରର ଭୋଗ ଲାଗି କରାଯାଇଥିଲା।

ଦିନ ତମାମ ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଭକ୍ତମାନଙ୍କ ଆଗମନ ହୋଇଥିଲା। ମଧ୍ୟାହ୍ନରେ ମା’ଙ୍କ ନିକଟରେ ପଣା ଭୋଗ ଲାଗି କରାଯିବ।

ସେହିପରି ସନ୍ଧ୍ୟାରେ ସନ୍ଧ୍ୟା ଆଳତି ଅନୁଷ୍ଠିତ ହେବା ପରେ ରାତ୍ରିରେ ମା’ଙ୍କ ପହଡ଼ ପଡ଼ିବ।

ଭକ୍ତିମୟ ପରିବେଶ ମଧ୍ୟରେ ନିଶା ମଙ୍ଗଳବାର ପାଇଁ ମା’ ତାରେଣୀଙ୍କ ପୀଠରେ ଦିନତମାମ ବିଶେଷ ପୂଜାର୍ଚ୍ଚନା ଜାରି ରହିଛି।

Leave a Reply

Your email address will not be published. Required fields are marked *