Spread the love

ଟ୍ରାପ୍ ମାମଲାରେ ବଡ଼ ଖୁଲାସା: ଏଇଙ୍କ ଘରୁ ମିଳିଲା ଲକ୍ଷାଧିକ ଟଙ୍କା

ଭୁବନେଶ୍ୱର/କଟକ: ଯାଜପୁର ବଡ଼ଚଣା ବ୍ଲକର ସହକାରୀ ଯନ୍ତ୍ରୀ (AE) ଶ୍ରୀମତୀ ବନ୍ଦିତା ଦାଶଙ୍କ ବିରୋଧରେ ରୁଜୁ ହୋଇଥିବା ଟ୍ରାପ୍ ମାମଲାର ତଦନ୍ତ ବେଳେ ଓଡ଼ିଶା ଭିଜିଲାନ୍ସକୁ ମିଳିଛି ବଡ଼ ସଫଳତା।

ଭିଜିଲାନ୍ସ ଅଧିକାରୀମାନେ ଏକକାଳୀନ ଭାବେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିବା ବେଳେ, କଟକ ଜଗତପୁରସ୍ଥିତ ଜେନାମଣି ମଣ୍ଡପ ନିକଟରେ ଥିବା ବନ୍ଦିତା ଦାଶଙ୍କ ବାସଭବନରୁ ୫ ଲକ୍ଷ ୧୫ ହଜାର ୨୦୦ ଟଙ୍କା ନଗଦ ଉଦ୍ଧାର କରାଯାଇଛି। ଉକ୍ତ ଟଙ୍କାକୁ ଭିଜିଲାନ୍ସ ପକ୍ଷରୁ ଜବତ କରାଯାଇଛି।

ସୂଚନା ଅନୁଯାୟୀ, ଜଣେ କାର୍ଯ୍ୟ ସମ୍ପାଦକଙ୍କ ବକେୟା ବିଲ୍ ପାସ୍ କରିବା ପାଇଁ ୩୫ ହଜାର ଟଙ୍କା ଲାଞ୍ଚ ଦାବି ଓ ଗ୍ରହଣ ଅଭିଯୋଗରେ ଗତକାଲି ରାତିରେ ବନ୍ଦିତା ଦାଶ ଓ ତାଙ୍କ ଘନିଷ୍ଠ ସହଯୋଗୀ ତଥା ବେସରକାରୀ ବ୍ୟକ୍ତି ଶ୍ରୀ ସେଠୀଙ୍କୁ ଓଡ଼ିଶା ଭିଜିଲାନ୍ସ ଧରିଥିଲା।

ବର୍ତ୍ତମାନ ମଧ୍ୟ ଭିଜିଲାନ୍ସର ତଲାସୀ ଓ ତଦନ୍ତ ଜାରି ରହିଛି। ତଦନ୍ତ ଶେଷ ହେବା ପରେ ଏ ସମ୍ପର୍କରେ ଆହୁରି ତଥ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *