Spread the love

ନୀଳକଣ୍ଠେଶ୍ଵର ମହାଦେବଙ୍କ ବାର୍ଷିକୋତ୍ସବ, ମହାରୁଦ୍ରଯଜ୍ଞ ଅନୁଷ୍ଠିତ

ରାଜକନିକା _ ରାଜକନିକା ବ୍ଲକ ଅନ୍ତର୍ଗତ ପାରିନୁଆପଡା ହାବଳଗଣ୍ଡ ପଞ୍ଚାୟତର ଉଜାଙ୍ଗ ଗ୍ରାମର ଶ୍ରୀ ଶ୍ରୀ। ନୀଳକଣ୍ଠେଶ୍ଵର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠାର ପଞ୍ଚମ ବାର୍ଷିକୋତ୍ସବ ଓ ମହାରୁଦ୍ର ଯଜ୍ଞ ମହାଆଡମ୍ବରରେ ଶେଷ ହୋଇଯାଇଛି।ଏହି ଅବସରରେ ବୁଧବାର ଦିନ ବିଶାଳ କଳସ ଶୋଭାଯାତ୍ରାରେ କଳସ ଯାତ୍ରୀ ମାନେ ନିକଟସ୍ଥ ଖରସ୍ରୋତା ନଦୀରୁ ଜଳ ସଂଗ୍ରହ କରିଥିଲେ ।

ବୁଧବାର ଦିନରେ ଅଙ୍କୁରାରୋପଣ, ଗୁରୁବାର ଦିନ ଶୁଭାଧିବାସ ,ଯଜ୍ଞ ଆରମ୍ଭ , ଶୁକ୍ରବାର ଦିନ ଯଜ୍ଞ କର୍ମ ଏବଂ ପାଲା ପରିବେଷଣ ଶନିବାର ଦିନ ହରିହାଟ, ପୂର୍ଣ୍ଣାହୁତି ଓ ପ୍ରସାଦ ସେବନ ଅନୁଷ୍ଠିତ ହୋଇଯାଇଛି।

ପୂର୍ଣ୍ଣାହୁତି ଅବସରରେ ରାଜକନିକା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମିନତି ରାଉତଙ୍କ ସମେତ ସ୍ଥାନିୟ ଗ୍ରାମମାନଙ୍କର ବହୁ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହି ଏହି ମହତ ଧାର୍ମୀକ କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ ।ଯଜ୍ଞ କମିଟିର ସଭାପତି ରଜନୀକାନ୍ତ ରାୟ, ସଂପାଦକ ତଥା ବରିଷ୍ଠ ଶିକ୍ଷାବିତ ରାହାସବିହାରୀ ମହାନ୍ତିଙ୍କ ସମେତ ଉପଦେଷ୍ଟା ମାନେଙ୍କ ସହିତ ଗ୍ରାମବାସୀମାନଙ୍କ ତତ୍ତବଧାନରେ ଏହି ମହତ୍ ଧାର୍ମିକ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *