Spread the love

ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ଶୋ’

ନୂଆପଡ଼ା: ନୂଆପଡ଼ାରେ ରୋଡ୍‌ ଶୋ’ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ରୋଡ୍‌ ଶୋ’ କଲେ ମୁଖ୍ୟମନ୍ତ୍ରୀ। ନୂଆପଡ଼ାରୁ ଖରିଆର ରୋଡ୍‌ ପର୍ଯ୍ୟନ୍ତ ରୋଡ୍‌ ଶୋ’ କରାଯାଇଛି। ରୋଡ୍‌ ଶୋ’ ରେ ବିଜେପି ରାଜ୍ଯ ସଭାପତି ମନମୋହନ ସାମଲ ଓ ମନ୍ତ୍ରୀ ସୁରେଶ ପୂଜାରୀ, ବରିଷ୍ଠ ନେତା ବସନ୍ତ ପଣ୍ଡା ଓ ସାଂସଦ ମାଳବିକା ଦେବୀ ସାମିଲ୍‌ ହୋଇଥିଲେ। ସୁନାବେଡା ଅଞ୍ଚଳବାସୀଙ୍କ ସମସ୍ୟା ବୁଝି ଯେଉଁ ଦାବି ଗୁଡିକ ସମାଧାନ ହୋଇପାରିବ ସେ ଉପରେ ନିର୍ବାଚନ ପରେ ବିଚାର କରିବାକୁ ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ ମାଝୀ।

Leave a Reply

Your email address will not be published. Required fields are marked *