Spread the love

ବଡ଼ବିଲ ବାନାଞ୍ଚଳ ଅନ୍ତର୍ଗତ ରେ ଶ୍ରୀଜଗନ୍ନାଥ ଷ୍ଟିଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଚାଲିଛି ଅବୈଧ ଡ୍ରେନ ଖୋଲୁଛି ।

ବଡ଼ବିଲ: କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ବଡବିଲ ବନାଞ୍ଚଳ ଅନ୍ତର୍ଗତ ଉଲିବୁରୁ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବେଆଇନ ଭାବେ ଡ୍ରେନ ଖୋଲୁଛି ଶ୍ରୀ ଜଗନ୍ନାଥ ଷ୍ଟିଲ କମ୍ପାନୀ। ନିଜ ପ୍ଲାଣ୍ଟ ଓ ଆଖପାଖର ଅପରିଷ୍କାର ନର୍ଦ୍ଦମା ପାଣିକୁ ନିକଟସ୍ଥ ନଦୀରେ ଛାଡ଼ିବାକୁ ଯୋଜନା କରି ଜଗନ୍ନାଥ ଷ୍ଟିଲ କମ୍ପାନୀ ଏହି ଡ୍ରେନ ଖୋଳୁଥିବା ଅଭିଯୋଗ ହୁଏ।

ସଂରକ୍ଷିତ ଜଙ୍ଗଲରେ ଚୁପ୍ ଚାପ୍ ପ୍ରାୟ ଗୋଟିଏ କିମି ପର୍ଯ୍ୟନ୍ତ ଡ୍ରେନ ଖୋଳି ପୁଣି ଆଉଥରେ ଜଙ୍ଗଲ ସୁରକ୍ଷା ଆଇନକୁ ଉଲଂଘନ କରି ନିଜ ସ୍ବାର୍ଥ ସାଧନ କରିବାରେ ବ୍ୟସ୍ଥ ଏହି ଜଗନ୍ନାଥ ଷ୍ଟିଲ କମ୍ପାନୀ ବନ ବିଭାଗକୁ ଖୋଲା ଚାଲେଞ୍ଜ ଦେଇ ବେଆଇନ୍ ଭାବେ ଖୋଲୁଛି ଡ୍ରେନ । ବାରମ୍ବାର ଏହି କମ୍ପାନୀ ଦ୍ଵାରା ଜଙ୍ଗଲ ନିୟମର ଉଲଂଘନ କରା ଯାଉଥିବା ବେଳେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ଏହି କମ୍ପାନୀର ମନମାନି ବଢ଼ି ଚାଲିଛି। ଏନେଇ ବଡବିଲ ରେଞ୍ଜରଙ୍କୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିବାରୁ ଏପରି ଘଟଣା ତାଙ୍କ ନଜରକୁ ଆସି ନଥିବା ବଡ଼ବିଲ ରେଞ୍ଜର କହିଛନ୍ତି। ଅନ୍ୟ ପକ୍ଷରେ ଏହି ଅବୈଧ ଭାବେ ବେଆଇନ ଡ୍ରେନ ଖୋଳିବା ଘଟଣାକୁ ନେଇ ନାଲଦା ସେକ୍ସନ ଅଧିକାରୀଙ୍କୁ ପଚାରିବାରୁ ବନବିଭାଗର ପେଟ୍ରୋଲିଙ୍ଗ ଟିମ ସେଠାକୁ ଯାଇ କାମ ବନ୍ଦ କରାଇଥିବା ସୂଚନା ଦେଇଛନ୍ତି । ତେବେ କାହା ବଳରେ ବଳୀୟାନ ଏହି ଜଗନ୍ନାଥ ଷ୍ଟିଲ କମ୍ପାନୀ କାହା ସାହସରେ ଚଲେଇଛି ଏହି ମନମୁଖୀ କାର୍ଯ୍ୟ। ତେବେ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ କି ପ୍ରକାର କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛନ୍ତି ବିଭାଗୀୟ ଅଧିକାରୀ ଏହି ଜଗନ୍ନାଥ ଷ୍ଟିଲ କମ୍ପାନୀ ବିରୁଦ୍ଧରେ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *