Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ନୂଆହତା ଗ୍ରାମ ପଞ୍ଚାୟତ ରେ ତିନିଦୋଳ ଗୋପାଳ ମହୋତ୍ସବ ପାଳିତ

(ଜେ ବି ଏନ /ସୁଶାନ୍ତ କୁମାର) ୩୧/୦୩ /୨୦୨୧ ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ଗ୍ରାମ ପଞ୍ଚାୟତ ରେ ତିନିଦୋଳ ଗୋପାଳ ମହୋତ୍ସବ ପାଳିତ ହୋଇଯାଇଛି। ଏହି ଉସ୍ତବରେ ଜିଲ୍ଲା ବିଜେଡି ଯୁବ ନେତା ଅରୁନାଭ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସମ୍ମାନୀୟ ଅତିଥି ଭାବେ ସମିତି ସଭ୍ୟ ଶିବରାମ ମାଝୀ ଓ ଟ୍ରକ୍ ମାଲିକ ସଂଘ ସଭାପତି ସୁବାଷ୍ ଚନ୍ଦ୍ର ପଟ୍ଟନାୟକ ଯୋଗ ଦେଇ ନିଜନିଜର ବକ୍ତବ୍ଯ ପ୍ରଦାନ କରିଥିଲେ।

ମୁଖ୍ୟଅତିଥି ନିଜ ବକ୍ତବ୍ୟ ରେ ମହୋତ୍ସବ ଠାରୁ ଅଧିକ ନିଜର ସ୍ୱାସ୍ଥ କହିବା ସହ ସମସ୍ତେ ମାକ୍ସ ପିନ୍ଧିବା ଓ ନିଜର ସାମାଜିକ ଦୂରତ୍ୱ କୁ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ।

ଏହି ତିନିଦୋଳ ରେ ଠାକୁର ଠାକୁରଘର ଠାରୁ ବାହାରି ଗ୍ରାମ୍ୟ ଭ୍ରମଣ କରିଥିଲେ। ଶେଷରେ ଗୋପାଳ ପୁଅମାନେ ନିଜ ନିଜର ଅଙ୍ଗଭଙ୍ଗୀ ରେ ବାଡ଼ି ଖେଳ ପ୍ରଦର୍ଶନ କରି ଗ୍ରାମବାସୀଙ୍କ ମନମୁଗ୍ଧ କରିଥିଲେ। ମନୋରଞ୍ଜନ କାର୍ଯ୍ୟକ୍ରମ ଭାବେ ବଡଦାଣ୍ଡ ଦୁଇ ପ୍ରତିଦ୍ୱନ୍ଦ୍ୱୀ ତଥା ନୂଆହତା ଓ ନୁକେଇପଶି ମଧ୍ୟ ରେ ପରିବେଷଣ କରାଯାଇଥିଲା। ପରିଚାଳନା କମିଟି ସଦସ୍ୟ ସଭାପତି ନରୋତ୍ତମ ରାଉତ, ସହ ସଭାପତି ଛବିଳ ରାଉତ, ସମ୍ପାଦକ ଅଖିଳ ରାଉତ ସହସମ୍ପାଦକ ଧରଣୀଧର ରାଉତ, କୋଷାଧକ୍ଷ ବ୍ରଜବନ୍ଧୁ ରାଉତ, ଗଦାଧର ବେହେରା ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ସୁପରିଚାଳନା କରି ଉତ୍ସବ ଉଦଯାପନୀ କରିଥିଲେ।