Spread the love

ନ୍ୟାୟ ପାଇଁ ପ୍ରେମିକ ଓ ଥାନା ବିରୋଧରେ ଅଭିଯୋଗ ଆଣିଲେ ପ୍ରେମିକା

ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ଅମନା ଗ୍ରାମର ଜଣେ ପ୍ରେମିକା ଲଭ, ସେକ୍ସ ଓ ଧୋକା ପାଇଥିବା ଅଭିଯୋଗ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ପ୍ରେମିକାଙ୍କ ସୂଚନା ମୁତାବକ ସଞ୍ଜପଡା ଗ୍ରାମର ସନାତନ ବିଗତ ୬ ବର୍ଷ ପୂର୍ବେ ପ୍ରେମିକା ସହ ପ୍ରେମ କରି ବିବାହ ପ୍ରତିଶୃତି ଦେଇ ଶାରିରିକ ସମ୍ପର୍କ ରଖିବା ପରେ ଧୋକା ଦେବାରୁ ଥାନାରେ ମାମଲା ରୁଜୁ ହୋଇଥିଲା। ୬ ବର୍ଷ ପରେ ପୁଣି ଅଶ୍ଳୀଳ ଭିଡିଓ ଭାଇରାଲ୍ କରିବା ନେଇ ପୁଣି ଶାରିରିକ ସମ୍ପର୍କ କରିବା ଧମକ ଦେଇ ଥିଲେ। ରାତି ପ୍ରାୟ ୩ ଟା ପରେ ସମ୍ପର୍କ ସ୍ଥାପନ କରି ପଳାଇବାକୁ ଚେଷ୍ଟା କରିବା ବେଳେ ପ୍ରେମିକା ଯାଇ ପ୍ରେମିକ ଘର ପାଖରେ ଧାରଣା ଦେଇଥିଲେ। ବିଭିନ୍ନ ପ୍ରକାର୍ ସମାଧାନ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମାଧାନ ନହେବାରୁ ଥାନାରେ ପୁଣି ମାମଲା ରୁଜୁ କରିଥିଲେ। ଦୁଇ ତିନି ମାସ ବିତିଯାଇଥିଲେ ମଧ୍ୟ ଥାନା ପକ୍ଷରୁ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଆଜି ପ୍ରେମିକା ଜିଲ୍ଲା ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ସମ୍ମୁଖରେ ରେ ଧାରଣା ବସିଥିଲେ ।କାର୍ଯ୍ୟାଳୟ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପ୍ରତିଶ୍ରୁତି ପରେ ଧାରଣା ରୁ ଓହରିଥିଲେ।

Leave a Reply

Your email address will not be published. Required fields are marked *